ଶୃଙ୍ଖଳିତ ଦର୍ଶନ ପାଇଁ ବଡ ନିଷ୍ପତ୍ତି ;କାର୍ତ୍ତିକ ମାସରେ ଦୁଇ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ
ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । କାର୍ତ୍ତିକ ମାସରେ ପ୍ରବଳ ଭକ୍ତ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାରରେ ପ୍ରବେଶ ଅନୁମତି ଦିଆଯିବ ।

ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ବ୍ୟତୀତ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ । ସିଂହଦ୍ଵାରରେ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ଏହି କଟକଣା ଶ୍ରୀମନ୍ଦିର ସେବକ ଏବଂ ସେବକଙ୍କ ପରିବାର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଜୟ ଜଗନ୍ନାଥ । ପୁଣ୍ୟ ମାସ କାର୍ତ୍ତିକର ଆଗମନ ହେବାକୁ ଯାଉଥିବା ବେଳେ ମହାପ୍ରଭୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ବ୍ରତଧାରୀଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଏହାକୁ ନଜରରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ସହଯୋଗ ପ୍ରଦାନ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।












Click it and Unblock the Notifications