ବାତ୍ୟା ଦାନା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ବଡ ନିଷ୍ପତ୍ତି , ଦୁଇ ଦିନ ବନ୍ଦ ରହିବ ପର୍ଯ୍ୟଟକଙ୍କ ପ୍ରବେଶ

ମାଡିଆସୁଛି ବାତ୍ୟା 'ଦାନା' । ଏହା ୧୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ତେବେ ବାତ୍ୟା ଧାମରା ଓ ଭିତରକନିକା ମଧ୍ୟରେ ମାଡ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ କଡା ସୁରକ୍ଷା ବଳୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଦୁଇଦିନ ଅର୍ଥାତ୍ ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ ।

Cyclone Dana

ଭିତରକନିକାରେ ମଧ୍ୟ ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଥିବାବେଳେ ଭିତରକନିକାକୁ ୨୩, ୨୪ ଓ ୨୫ , ୩ଦିନ ବନ୍ଦ ରଖିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବାତ୍ୟା ମୁକାବିଲା ପାଇଁ ପୁରା ସତର୍କ ରହିଛି ବନ ବିଭାଗ । ୫ଟି ତହସିଲ ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡା ପାଇଁ ୭ଟି ଟିମ୍ ଗଠନ କରାଯାଇଛି । କୌଣସି ପ୍ରତିକୂଳ ଘଟଣାର ମୁକାବିଲା ପାଇଁ ଏମାନଙ୍କୁ ଆଲର୍ଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+