ବଡଖବର: ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ୨ ଜଣ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ସୂଚନା ମିଳିଛି ।
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ୨ ଜଣ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ସୂଚନା ମିଳିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କର ଚିକିତ୍ସା ଚାଲିଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ମିଳିଛି । ଉଭୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୧୧ ଓ ୧୫ ବର୍ଷ ଥିବା ସୂଚନା ମିଳିଛି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଅଧିକ ଚିହ୍ନଟ ହେବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ନାହିଁ।
ଏହାପୂର୍ବରୁ ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ଥିଲେ । ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଫେରିଥିଲେ । ଉଭୟଙ୍କ ଚିକିତ୍ସା ଚାଲୁଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଏପରିକି ଉଭୟଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କରୋନା ପରୀକ୍ଷା କରାଯାଇଛି ।
ଗତକାଲି ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ସରକାର ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ବୋଲି ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ। ସର୍ଭେଲାନ୍ସକୁ ଜୋରଦାର, ଟିକାକରଣକୁ ବ୍ୟାପକ କରାଯିବା, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବା, ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦେବା ଓ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଥିଲା।












Click it and Unblock the Notifications