Big Breaking: ଏହି ଦିନ ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡ଼ି ସୁପ୍ରିମୋ
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଖୁବଶୀଘ୍ର ବିଜେଡ଼ି ପାଇଁ ପ୍ରଚାର କରିବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପଦ୍ମପୁର: ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ମାହୋଲ ଏବେ ସରଗରମ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଖୁବଶୀଘ୍ର ବିଜେଡ଼ି ପାଇଁ ପ୍ରଚାର କରିବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨ ତାରିଖରେ ପଦ୍ମପୁର ଉପନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନିଟି ସମାବେଶ କରିବେ ବିଜେଡ଼ି ସୁପ୍ରିମୋ । ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ କରିବେ ନିର୍ବାଚନୀ ସଭା । ଏନେଇ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।












Click it and Unblock the Notifications