Big Breaking: ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ
ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ଦୀର୍ଘଦିନ ହେଲା ଅସୁସ୍ଥତା ପାଇଁ ଚିକିତ୍ସିତ ହେଉଥିଲେ । କାଲି ପୁରୀରେ ଶେଷକୃତ୍ୟ ହେବ କହିଲେ ସ୍ୱାମୀ ।
ଶାନ୍ତିଲତା ବାରିକ ଜଣେ ଜଣାଶୁଣା ଓଡ଼ିଆ ଭଜନ ଗାୟିକା । ସେ ଓଡ଼ିଆ ଭାଷାରେ ତାଙ୍କର ଭକ୍ତି ସଙ୍ଗୀତ ପାଇଁ ପରିଚିତ । ଶାନ୍ତିଲତା ବାରିକ ବିଭିନ୍ନ ଭଜନ ସଙ୍ଗୀତ ଜରିଆରେ ତାଙ୍କର ହୃଦୟସ୍ପର୍ଶୀ ଉପସ୍ଥାପନା ପାଇଁ ଘରେ ଘରେ ପରିଚିତ । ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି । ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ କୃଷ୍ଣଙ୍କ ଲାଗି ସମର୍ପଣ କରିଥାନ୍ତି ।
ଦୀର୍ଘ ବର୍ଷ ହେଲା କର୍କଟରୋଗରେ ଆକ୍ରାନ୍ତ ହୋଇଥିବା ଶାନ୍ତିଲତା ବାରିକଙ୍କ ଚିକିତ୍ସା ଜାରି ରହିଥିଲା। ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତୁରନ୍ତ ଭୁବନନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି ।












Click it and Unblock the Notifications