ରାଜା ଚକ୍ରଙ୍କୁ ବଡ ଝଟକା ; ସେମିଳିଗୁଡ଼ାରୁ ୧୪ ଗାଡି ଜବତ !

ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲା ସେମିଳିଗୁଡ଼ାକୁ ଲମ୍ବିଥିବା ଚର୍ଚ୍ଚା ହେଉଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି ଟିପ୍ପର ଓ ଗୋଟିଏ ଜେସିବି ଜବତ ହୋଇଛି। ଜବତ ୧୪ ଗାଡ଼ି ରାଜା ଚକ୍ରଙ୍କର ବୋଲି କୁହାଯାଉଛି ।

Raja Chakra

ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଜବତ ଗାଡିଗୁଡ଼ିକର ଶେଷ ନମ୍ୱର ୨୧ ରହିଥିବା ସୁନାବେଡ଼ା ଏସଡ଼ିପିଓ ସୁମିତ୍ରା ଜେନା କହିଛନ୍ତି। ଗିରଫ ହୋଇଥିବା ରାଜା ଚକ୍ରଙ୍କ ଅନ୍ୟ ସମସ୍ତ ଗାଡିର ନମ୍ବର ୨୧ ରହିଥିବାରୁ ଜବତ ଗାଡି ତାଙ୍କର ବୋଲି ସନ୍ଦେହ କରାଯାଉଛି। ଏନେଇ ଇଓଡ଼ବ୍ଲ୍ୟୁକୁ ସୂଚନା ଦିଆଯାଇଛି। ଇଓଡ଼ବ୍ଲ୍ୟୁ ଦଳ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ। ଠାବ ଗାଡିଗୁଡିକର କୌଣସି କାଗଜପତ୍ର ମିଳିପାରି ନାହିଁ। ଗାଡିଗୁଡ଼ିକ ସେମିଳିଗୁଡ଼ା ପୁଲିସ ହେପାଜତରେ ରହିଥିବା ଏସଡ଼ିପିଓ କହିଛନ୍ତି। ରାଜାଚକ୍ରଙ୍କ ଗିରଫକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ବ୍ୟାବସାୟିକ ସାମ୍ରାଜ୍ୟ କେନ୍ଦୁଝରରୁ କୋରାପୁଟକୁ ଲମ୍ବିଥିବା ଜଣାପଡ଼ିଛି। ସେମିଳିଗୁଡ଼ା ସହର ଉପକଣ୍ଠରେ ୧୫ରୁ ଅଧିକ କ୍ରସ୍‌ର ରହିଛି। ଏଥିରେ ରାଜା ଚକ୍ରଙ୍କ ଏକାଧିକ ଗାଡି ପରିବହନ ପାଇଁ ଲାଗିଥିବା ଆଲୋଚନା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+