ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା, ଏଣିକି ମିଳିବ ଋଣ
Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ଉତ୍କର୍ଷ ଓଡ଼ିଶାରେ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରାରେ ଆଉ ୩ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏଥର 'ଶୁଣ ସୁଭଦ୍ରା କୁହ ସୁଭଦ୍ରା'। ସୁଭଦ୍ରାର ୩ଟି ପଦକ୍ଷେପ ହେଲା ଶୁଣ ସୁଭଦ୍ରା , କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ। ଶୁଣ ସୁଭଦ୍ରାରେ କିଛି ସନ୍ଦେହ ଥିଲେ ବିଭାଗକୁ ପଚାରି ବୁଝି ପାରିବେ ହିତାଧିକାରୀ ଏବଂ ଯୋଗାଯୋଗ କରି ଋଣ କେମିତି ନେବେ ତାହା ଜାଣି ପାରିବେ ।

ସେହିପକି କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ କଲ୍ କରି ସମସ୍ୟା ପଚାରି ବୁଝିବେ ଏବଂ ସୁଭଦ୍ରା ସେତୁ ଦ୍ୱାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।












Click it and Unblock the Notifications