ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା;୨ ଦିନ ସ୍କୁଲ, ଅଙ୍ଗନଓ୍ବାଡ଼ି ଛୁଟି
ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ର ୨୮, ୨୯ରେ ଛୁଟି ନେଇ ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ୮ ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଆସନ୍ତାକାଲିଠୁ ୩୦ ଯାଏ ୮ ଜିଲାରେ ସ୍କୁଲ ବନ୍ଦ ରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ ବନ୍ଦ ରହିବ। ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ଏପଟେ ବାତ୍ୟା ପ୍ରଭାବରେ ଭୁବନେଶ୍ବରରେ ପାଗ ବଦଳିଲାଣି । ଦିନରେ ଭୁବନେଶ୍ବରରେ ବର୍ଷା ହୋଇଛି । ଆକାଶ ମେଘାଚ୍ଛନ୍ନ ସହ ଝିପଝିପ ବର୍ଷା ହେଉଛି । ଦିନରେ ହାଲକା ପବନ ହେବା ସହ ବର୍ଷାରେ ଭିଜିଛି ଭୁବନେଶ୍ବର । ପ୍ରାୟ ୧୫ରୁ ୨୦ ମିନିଟ୍ ଯାଏଁ ବର୍ଷା ରାଜଧାନୀରେ ହୋଇଥିବାରୁ ରାସ୍ତାରେ ଯାଉଥିବା ଲୋକ ଅନେକ ହଇରାଣ ହୋଇଛନ୍ତି ।
ସେପଟେ ବାତ୍ଯା ମୋନ୍ଥାକୁ ନେଇ ବିଏମସି ପ୍ରସ୍ତୁତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ଯା, ଗଛ ପଡିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ରହିଛି । ଏ ନେଇ ବିଏମସିରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ସ୍ବତନ୍ତ୍ର ଟିମ ଗଠନ ହୋଇଛି। ବର୍ଷା ପବନ ପରେ ଯଦି କିଛି ଅଘଟଣ ଘଟେ ତେବେ କିଭଳି ସଫେଇ ହେବ, ଡ୍ରେନେଜ ସମସ୍ଯା ନହେବ ସେ ନେଇ ଯୋଜନା ହୋଇଛି।












Click it and Unblock the Notifications