ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌, ରାଜ୍ୟ ବାହାରେ ଥିବା ମହିଳାଙ୍କୁ....

ଭୁବନେଶ୍ୱର: ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଗୋଟେ ପଟେ 'ସୁଭଦ୍ରା' ଯୋଜନାରେ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ରାଜ୍ୟର ଅନେକ ଜିଲ୍ଲାରୁ ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

prabhati parida

ଅନ୍ୟପଟେ ଆଜି ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ସମସ୍ତ ମହିଳାଙ୍କୁ ମଧ୍ୟ ସୁଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣଶା ହୋଇଛି । ପୂର୍ବରୁ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ 'ସୁଭଦ୍ରା' ଯୋଜନାରେ ଟଙ୍କା ମିଳିପାରିବ ବୋଲି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନାକୁ ନେଇ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।

ଏହି ଯୋଜନାରେ ପ୍ରବାସି ଓଡ଼ିଆ ମହିଳା ମଧ୍ୟ ନିଜକୁ ସାମିଲ କରିପାରିବେ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ବାହାରେ ରହୁଥିବା ପ୍ରବାସି ମହିଳା ମଧ୍ୟ ସୁଭଦ୍ରା ଯୋଜନାର ଫାଇଦା ପାଇପାରିବେ । ସେମାନେ ଯଦି ଓଡ଼ିଶାର ହୋଇଥିବେ ଏବଂ ସେମାନଙ୍କର ଆଧାର ନମ୍ବର ଯଦି ଓଡ଼ିଶାର ହୋଇଥିବ, ତେବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+