ଅଗ୍ନିଶମ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର ସହ ବଡ ଘୋଷଣା। ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡା ସହ ଭତ୍ତା ବୃଦ୍ଧି କରାଯାଇଛି। ଡାଏଟ ଭତ୍ତା ୯୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟରସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ମୋବିଲିଟି ଭତ୍ତା ୧୫୦ରୁ ୩୦୦କୁ ବଢାଇଦିଆଯାଇଛି । କର୍ମଚାରୀଙ୍କୁ ମିଳୁଥିବା ରିସ୍କ ଭତ୍ତା ୪୦୦ରୁ ବୃଦ୍ଧି କରାଯାଇ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Big announcement for firemen

ରାଜ୍ୟ ସରକାର ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। କେବଳ ଭତ୍ତା ନୁହେଁ। ରାଜ୍ୟ ସରକାର ଏଣିକି ମେଡିକାଲ ଖର୍ଚ୍ଚ ବି ବହନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+