ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ବିଧାନସଭାରେ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଗୃହରେ ହଟ୍ଟଗୋଳ । ବିଧାନସଭାରେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଓ ଗଣତନ୍ତ୍ରକୁ ହତ୍ୟା ସ୍ଲୋଗାନ ଦେଲେ ବିରୋଧି । ହଟ୍ଟଗୋଳ ପାଇଁ ଦିନ ୪ଟା ଯାଏଁ ମୁଲତବି କଲେ ବାଚସ୍ପତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ କଡ଼ା ସମାଲୋଚନା କଲେ ମୋହନ ମାଝୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ କଡ଼ା ମନ୍ତବ୍ୟ । ସେ କହିଛନ୍ତି ୪୦ କୋଟି ଖର୍ଚ୍ଚ ହେବା ହାସ୍ୟାସ୍ପଦ କହିଲେ ମୋହନ ମାଝୀ । ମୋଟ ୪୦ କୋଟି ନୁହେଁ, ଗୋଟିଏ ମିଟିଂରେ ୪୦ କୋଟି ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି । ଫାଇଭ୍ ଟି ସଚିବଙ୍କ ଗସ୍ତରେ ମୋଟ ୬ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଲେ ମୋହନ । ଚନ୍ଦ୍ରଯାନ ଠାରୁ ବି ଅଧିକ ଖର୍ଚ୍ଚ ହୋଇଛି ବୋଲି କହିଲେ ମୋହନ ମାଝି ।

ସେହିପରି ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । କହିଲେ, ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ବିଧାନସଭାର ଆବଶ୍ୟକତା ନାହିଁ । ମୁଲତବୀକୁ ଗ୍ରହଣ କରାଯାଉନାହିଁ ।
କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ 5T ସଚିବ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି । ଉଭୟ ଦଳର ନୈତିକତା ନାହିଁ । ସଚିବଙ୍କ ଗସ୍ତ ମନ୍ତ୍ରୀ ମାନେ ବୁଝୁଛନ୍ତି । ପ୍ରକୃତରେ ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତା'ହାଲେ କାହିଁକି ଆଜି ରାଜା ରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି ।












Click it and Unblock the Notifications