ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ବିଡିଏ ସଚିବଙ୍କୁ ୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର : ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ବିଡିଏ ସଚିବଙ୍କୁ ୫୦୦ ଟଙ୍କା ଜରିମାନା । ଏହା ସହ ବିଡିଏ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ଖାରଜ କରାଯାଇଛି। ଏଥି ସହ ପୁନଃ ସଂଶୋଧନ ସତ୍ୟପାଠ ଦାଖଲ କରିବାକୁ ୨୪ଘଣ୍ଟା ସମୟ ଦେଇଛନ୍ତି।

ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଚାଲିଥିବା ଶୁଣାଣିରେ ଭୁଲ ତଥ୍ୟ ଦେଇଥିବାରୁ ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁଙ୍କୁ ୫୦୦ ଟଙ୍କା ଜରିମାନା ହୋଇଛି।

ଗତ ୨୭ ତାରିଖରେ ହୋଇଥିବା ଶୁଣାଣି ବେଳେ ଏହି ସତ୍ୟପାଠକୁ ଖଣ୍ଡନ କରିବା ପରେ ଜଷ୍ଟିସ୍‌ ବି. ଅମିତ ଷ୍ଟାଲେକର ଓ ଡ. ଅରୁଣ କୁମାର ବର୍ମା(ବିଶେଷଜ୍ଞ ସଦସ୍ୟ)କହିଛନ୍ତି ଯେ ଆକାଶ ଶୋଭା ବିଲଡିଂ, ସଚିବାଳୟ ମାର୍ଗ, ଭୁବନେଶ୍ବର, ଜିଲ୍ଲା-ଖୋର୍ଦ୍ଧାରେ ସଚିବ ଭାବେ କାର୍ଯ୍ୟ କରୁଥିବା କବୀନ୍ଦ୍ର କୁମାର ସାହୁଙ୍କ ଦ୍ବାରା ଏହି ସତ୍ୟପାଠ ଦାଖଲ କରାଯାଇଛି।

ଶିଖରଚଣ୍ଡୀ_ପାହାଡ଼

କେଉଁ ବିଭାଗ କିମ୍ବା କାର୍ଯ୍ୟାଳୟ ଶ୍ରୀ ସାହୁ ସଚିବ ଅଛନ୍ତି ସେନେଇ ସତ୍ୟପାଠରେ କିଛି ଦର୍ଶାଯାଇ ନାହିଁ। ଏହା ଅତ୍ୟନ୍ତ ଦାୟିତ୍ବହୀନ। ତେଣୁ ୫୦୦ ଟଙ୍କା ଜରିମାନା ସହ ୨୪ ଘଣ୍ଟା ମଧ୍ୟରେ ଏକ ସଂଶୋଧିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଉଛି।

ଶ୍ରୀ ସାହୁ ସତ୍ୟପାଠରେ କହିଛନ୍ତି ଯେ ଶିଖରଚଣ୍ଡୀ ମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ପୁନଃନିର୍ମାଣ ପାଇଁ ବିଡିଏ ଯୋଜନା କରିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଏହି ପାହାଡ଼ଟି ବନ୍ୟଜନ୍ତୁ ଅଭୟାରଣ୍ୟର ଇକୋସେନ୍ସିଟିଭ୍ ଜୋନ୍ ବାହାରେ ବୋଲି ଦର୍ଶାଇଛନ୍ତି।

ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ସଚିନ ମହାପାତ୍ର ଦାଖଲ କରିଥିବା ପିଟିସନରେ ଦର୍ଶାଇଛନ୍ତି ଯେ ଶିଖରଚଣ୍ଡୀ ପାହାଡ଼ ଅଞ୍ଚଳ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଲାଗିଛି। ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଲାଗି ଏଠାରେ ପଥର ଫଟାଯାଉଛି। ପରିବେଶ କ୍ଷତି ଘଟିଥିବା ନେଇ ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହା ସହ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଶିଖରଚଣ୍ଡୀକୁ ସୁରକ୍ଷା ଦିଅ ବୋଲି ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+