ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ୱର: ଭୁବନେଶ୍ୱର-ବିଶାଖାପାଟନମ୍ ଭାଣ୍ଡେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଆରମ୍ଭ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ, ସୋମବାର ବ୍ୟତୀତ ଟ୍ରେନ୍ ସେବା ସବୁ ଦିନ ଉପଲବ୍ଧ ହେବ। ସୂଚନା ଅନୁଯାୟୀ ଆଜିଠାରୁ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଆରମ୍ଭ କରିଛି । ସପ୍ତାହର ସୋମବାର ବ୍ୟତୀତ ଅନ୍ୟ ଦିନ ଗୁଡ଼ିକରେ ଉଭୟ ପଟୁ ଚଳାଚଳ କରିବ ଏହି ଏକ୍ସପ୍ରେସ ।

ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ୍ଟି ଭୁବନେଶ୍ୱରରୁ ସକାଳ ୫ଟା ୧୫ ମିନିଟ୍ରେ ବାହାରି ବିଶାଖାପାଟଣାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବ । ସେହିଭଳି ବିଶାଖାପାଟଣାରୁ ଅପରାହ୍ଣ ୩ଟା ୩୦ରେ ବାହାରି ଭୁବନେଶ୍ୱରରେ ରାତି ୯ଟା ୩୦ରେ ପହଞ୍ଚିବ । ଏହି ସମୟ ମଧ୍ୟରେ ଟ୍ରେନ୍ଟି ଖୋର୍ଦ୍ଧା ରୋଡ଼, ବାଲୁଗାଁ, ବ୍ରହ୍ମପୁର, ଇଚ୍ଛାପୁରମ, ପଲାସା, ଶ୍ରୀକାକୁଲମରୋଡ଼, ବିଜୟନଗରମ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଦୀର୍ଘ ଦିନ ଧରି ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଦୈନିକ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ପୂର୍ବ ତଟ ରେଳବାଇର ବିଭିନ୍ନ ବର୍ଗର ଲୋକମାନେ ଦାବି କରିଆସୁଥିଲେ ।












Click it and Unblock the Notifications