କାଲିଠୁ ଖୋଲିବ କି ୟୁନିଟ-୨ ମାର୍କେଟ୍ ବିଲଡିଂ ? ଆଜି ବିଏମସି କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ

ଭୁବନେଶ୍ୱର : ଆସନ୍ତାକାଲିଠୁ ଖୋଲିପାରେ ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ । ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ ।ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି ।

ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି ସ୍ଥାୟୀ ବ୍ୟବସାୟୀ କହିଛନ୍ତି। ସେପଟେ ଉଠା ଦୋକାନୀଙ୍କ ଯୁକ୍ତି ଯେ, ସେମାନେ ବର୍ଷ ବର୍ଷ ଧରି ସେଠାରେ ବ୍ୟବସାୟ କରିଆସୁଥିବା ବେଳେ, ଅନ୍ୟତ୍ର ଥଇଥାନ ନହେବା ଯାଏଁ ମାର୍କେଟ୍ ବିଲ୍ଡିଂ ନଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

market_building

ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ଦୁଇ ସପ୍ତାହ ହେବ ବନ୍ଦ ରହିଛି ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ।

ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଥିଲା ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।

ବିଭିନ୍ନ ଘର ଉପକରଣ ହେଉ କିମ୍ବା ପୋଷାକ ପତ୍ର ଇତ୍ୟାଦି ଜିନିଷ କମ୍ ମୂଲ୍ୟରେ ପାଇବାକୁ ହେଲେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂ ଏବେ ପ୍ରାୟ ୨୦୦ ଉଠାଦୋକାନୀ ନିଜ ବେପାର କରୁଛନ୍ତି । ୨ଶହ ଦେକାନୀ ବସିଯିବା ପରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଉଛି।

ୟୁନିଟ-୨ ' ମାର୍କେଟ ବିଲ୍ଡିଂ'ରେ ୧୬୫ ସ୍ଥାୟୀ ଦୋକାନ ଥିବା ବେଳେ, ଶତାଧିକ ଉଠାଦୋକାନୀଙ୍କ ପେଟପାଟଣା ବି ନିର୍ଭର କରେ ଏହାରି ଉପରେ । ଆଗରୁ ବି ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ବହୁବାର ଦେଖିବାକୁ ମିଳିଛି ସ୍ଥାୟୀ ବ୍ୟବସାୟୀଙ୍କର ଧାରଣା ଓ ବନ୍ଦ ଡାକରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+