ପହଲଗାମ ଆକ୍ରମଣ ପରେ ସ୍ପେଶାଲ୍ ସର୍ଭେଲାନ୍ସରେ ଭୁବନେଶ୍ୱର
Pahalgam Attack: ପହଲଗାମ ଆକ୍ରମଣ ପରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କଡ଼ାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସ୍ପେଶାଲ୍ ସର୍ଭେଲାନ୍ସରେ ରାଜଧାନୀ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସମସ୍ତ ସ୍ଥାନ ଉପରେ ରହିଛି ପୋଲିସର ନଜର ଏପରିକି ସାଦା ପୋଷାକରେ ପୋଲିସର ସ୍ପେଶାଲ ଅଫିସର ନିରୀକ୍ଷଣ କରୁଥିବା ନେଇ ସୂଚନା ରହିଛି ।

ନିୟମିତ ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି ଏବଂ ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖାଯାଇଛି । ଆଗ ଅପେକ୍ଷା ଆହୁରି କଡାକଡି ଭାବେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ପୋଲିସ ମୁତୟନ କରାଯାଇଛି । ସମ୍ବେଦନଶୀଳସ୍ଥାନ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ତେବେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର ।












Click it and Unblock the Notifications