ଆଜିଠୁ ଭୁବନେଶ୍ବରରୁ ଝାରସୁଗୁଡାକୁ ଉଡିବ ବିମାନ; ସପ୍ତାହକୁ ୪ ଦିନ ଚଳାଚଳ
ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରୁ ଝାରସୁଗୁଡାକୁ ଉଡିବ ବିମାନ । ସପ୍ତାହକୁ ୪ ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ବିମାନ ଚଳାଚଳ କରିବ । ରାଜ୍ୟ ସରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି । ଏନେଇ ଆଜି ଠାରୁ ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ ଆଲିଆନ୍ସ ଏୟାର ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ନ ୪ ଟା ୧୫ ରୁ ବାହାରି ଝାରସୁଗୁଡାରେ ୫ ଟା ୩୦ରେ ପହଞ୍ଚିବ ବିମାନ । ସେହିପରି ଝାରସୁଗୁଡାରୁ ସଂଧ୍ୟା ୫ ଟା ୫୫ ରୁ ବାହାରି ଭୁବନେଶ୍ବରରେ ରାତି ୭ ଟା ୫ରେ ପହଞ୍ଚିବ । ଏହା ଦ୍ବାରା ଲୋକେ ବହୁ ସୁବିଧା ପାଇବେ । ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି ।
ସେପଟେ ଗତକାଲି ରାଉରକେଲାରୁ କଲିକତା ଓ ଭୁବନେଶ୍ବରକୁ ବିମାନସେବା ବାତିଲ ହୋଇଛି । ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସପ୍ତାହକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ରାଉରକେଲାରୁ କଲିକତାକୁ ବିମାନ ଚଳାଚଳ କରିବାର ଥିବାବେଳେ, ଗତକାଲି ପ୍ରଥମ ଦିନରୁ ହିଁ ବିମାନ ସେବା ବାତିଲ ଯୋଗୁଁ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମାତ୍ର ଦେଢ଼ ଘଣ୍ଟାରେ ରାଉରକେଲାରୁ କୋଲକାତା ପହଞ୍ଚି ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ ଦିନ ବିମାନ ଚଳାଚଳ ହେବ । ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି। ଏହି ବିମାନ ସେବା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସୃଷ୍ଟି ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ଆଉ ମାତ୍ର ଦେଢ଼ଘଣ୍ଟା ମଧ୍ୟରେ କୋଲକାତା ଯାଇ ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ଦିନ ଏହି ଯାତ୍ରୀବାହୀ ବିମାନ ଉଡ଼ାଣ କରିବ ।












Click it and Unblock the Notifications