ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବରରୁ ରାଜସ୍ଥାନ ଜୟପୁର ସିଧାସଳଖ ବିମାନସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ଆଜିଠାରୁ ଆରମ୍ଭ ହେଉଛି ବିମାନ ସେବା। ଆଜି ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରାଯାଇଥିଲା। ଏଥିପାଇଁ ପୂର୍ବରୁ ସେପ୍ଟେମ୍ବର ୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ। ନଭେମ୍ବର ୨ରୁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଘୋଷଣା ଘୋଷଣା କରଯାଇଥିଲା।

Bhubaneswar airport

ଭୁବନେଶ୍ୱରରୁ ପିଂକ ସିଟି ଜୟପୁରକୁ ବିମାନ ସେବାର ସୁବିଧା ଯାତ୍ରୀମାନେ ପାଇପାରିବେ। ଭର୍ଟୁଆଲ ମାଧ୍ୟମରେ ହୋଇଥିବା ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଇଣ୍ଡିଗୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ୩ଟି ଇଣ୍ଡିଗୋ ବିମାନ ପ୍ରତି ସପ୍ତାହରେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ। ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ। ରାତି ୯ଟା ୪୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଛାଡ଼ିବ। ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିଲା। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ କରିବାକୁ ଓଡ଼ିଶା ସରକାର ଦାବି କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+