ମନ୍ତ୍ରୀଙ୍କ ବଡ଼ ବୟାନ, ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ ହାଉସ
ଭୁବନେଶ୍ବର ଆସୁଥିବା ପାଇଁ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି। ଭୁବନେଶ୍ବର ଆସୁଥିବା ରାଜ୍ୟର ଲୋକଙ୍କ ପାଇଁ ମୋହନ ସରକାର ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପତ୍ତି କାର୍ଯ୍ୟରେ ପରିଣତ ହେଲେ ଉପାନ୍ତ, ଦୁର୍ଗମ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ବର ଆସୁଥିବା ଲୋକଙ୍କୁ ସାମୟିକ ସମୟ ପାଇଁ ରହିବା ଓ ଫ୍ରେସ୍ ହେବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଅତିଥି ଭବନ ନିର୍ମାଣ କରିବାକୁ ଯାଉଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି।
ପ୍ରତି ଜିଲ୍ଲା ପାଇଁ ରାଜଧାନୀରେ ହେବ ଗେଷ୍ଟହାଉସ୍। କୌଣସି ଜିଲ୍ଲାରୁ ବ୍ୟକ୍ତି ଆସିଲେ ରହଣିରେ ଆଉ ହେବନି ଆସୁବିଧା। ଲୋକଙ୍କ ସୁବିଧା ପାଇଁ ସରକାର ତିଆରି କରିବେ ଗେଷ୍ଟାହାଉସ୍। ଯେଉଁଥିରେ ରହିବ ସବୁ ପ୍ରକାର ସୁବିଧା ସୁଯୋଗ। ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ୧୦୦ କୋଠରୀ ବିଶିଷ୍ଠ ଭବନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କାରଣ ଏପରି ଅନେକ ଲୋକ ଯେଉଁମାନଙ୍କର ଭୁବନେଶ୍ୱରରେ ଅନେକ କାମ ରଡୁଛି।













Click it and Unblock the Notifications