ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୂନା ପରୀକ୍ଷା !

ଭୁବନେଶ୍ୱର ଆରଏମଆରସିରେ ହୋଇପାରେ ମଙ୍କିପକ୍ସ ଟେଷ୍ଟିଂ । ଏନେଇ ସୁଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି ।

ଭୁବନେଶ୍ବର: ଭୁବନେଶ୍ୱର ଆରଏମଆରସିରେ ହୋଇପାରେ ମଙ୍କିପକ୍ସ ଟେଷ୍ଟିଂ । ଏନେଇ ସୁଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି । ଆରଏମଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଅନୁମତି ମିଳିଲେ ଖୁବଶୀଘ୍ର ଟେଷ୍ଟିଂ ହେବା ବୋଲି ସେ କହିଛନ୍ତି ।

monkeypox

ସୂଚନାଯୋଗ୍ୟ, ସାରା ପୃଥିବୀରେ ମଙ୍କିପକ୍ସ କାୟା ବିସ୍ତାର କରିଛି। ଏପର୍ଯ୍ୟନ୍ତ ୭୮ଟି ଦେଶରେ କାୟା ବିସ୍ତାର କରିଛି। ବିଶ୍ବରେ ୨୧ ହଜାର ରୋଗୀ ମଙ୍କିପକ୍ସରେ ଆକ୍ରାନ୍ତ ହୋଇସାରିଥିଲା ବେଳେ ଭାରତରେ ୪ ଜଣ ଚିହ୍ନଟ ହୋଇଛନ୍ତି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ କେହି ଚିହ୍ନଟ ହୋଇ ନାହାନ୍ତି।

ଏନଆଇଭି ପୁନେରୁ କେବଳ କିଟ୍‌ ଅଣାଯାଇ ପରୀକ୍ଷା କରାଯିବ । ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।

ମଙ୍କିପକ୍ସ ସାଧାରଣତଃ ଚିକେନ ପକ୍ସ ଓ ମିଳିମିଳା ଭଳି ଏକ ରୋଗ। ଏହା ନିଶ୍ବାସ ପ୍ରଶ୍ବାସ ଓ କାଶିବା ଦ୍ବାରା ସାଧାରଣତଃ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସାଧାରଣତଃ ପ୍ରଥମ ଅବସ୍ଥାରେ ଦୁର୍ବଳ ଲାଗିବା, ପିଠିରେ ଯନ୍ତ୍ରଣା ହେବା, ଦେହ-ହାତ କୁଣ୍ଡାଇ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ ପରେ ହାତ ପାଦ ଓ ମୁହଁରେ ଘା ବାହାରିଥାଏ। ସଂଦିଗ୍ଧ ରୋଗୀଙ୍କୁ ଏଥି ପାଇଁ ୨୧ ଦିନ ପାଇଁ ସଙ୍ଗରୋଧରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ। ଭାରତର ୧୫ଟି ଜାଗାରେ ଏହି ରୋଗର ନମୁନା ପରୀକ୍ଷା କରିବା ବ୍ୟବସ୍ଥା ଥିବା ବେଳେ ଖୁବ ଶୀଘ୍ର ଭୁବନେଶ୍ବରସ୍ଥିତ ଆରଏମଆରସି ଠାରେ ଏହାର ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+