Get Updates
Get notified of breaking news, exclusive insights, and must-see stories!

ଆକଳନ ହେବ ଆଣ୍ଟିବଡି, କରୋନା ସୁସ୍ଥ ବ୍ୟକ୍ତି ଓ ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ହେବ ସାମ୍ପଲ ଟେଷ୍ଟ

ରିଜୋନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ବା ଆର୍‌ଏମ୍‌ଆର୍‌ସି କରିବ ରାଣ୍ଡମ୍ ସାମ୍ପଲ ସର୍ଭେ । ଏହି ସର୍ଭେରେ ଗତ ସଂକ୍ରମଣରେ ଯେଉଁମାନେ ପଜିଟିଭ ହୋଇ ସୁସ୍ଥ ହୋଇଛନ୍ତି ଏବଂ ଏବେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କଠୁ ସମ୍ପଲ ସଂଗ୍ରହ କରାଯିବ ।

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡି ଚାଲିଥିବା ବେଳେ ଟିକାକରଣ ମଧ୍ୟ ଜୋରଦାର ହେଉଛି । ତେବେ ଏହାରି ମଧ୍ୟରେ ରିଜୋନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ବା ଆର୍‌ଏମ୍‌ଆର୍‌ସି କରିବ ରାଣ୍ଡମ୍ ସାମ୍ପଲ ସର୍ଭେ । ଏହି ସର୍ଭେରେ ଗତ ସଂକ୍ରମଣରେ ଯେଉଁମାନେ ପଜିଟିଭ ହୋଇ ସୁସ୍ଥ ହୋଇଛନ୍ତି ଏବଂ ଏବେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କଠୁ ସମ୍ପଲ ସଂଗ୍ରହ କରାଯିବ ।

RMRC

ପୂର୍ବରୁ ଆର୍‌ଏମ୍‌ଆର୍‌ସି ପକ୍ଷରୁ ସେରୋ ସର୍ଭେ କାରଯାଇଥିଲା । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି । ପ୍ରଥମ ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ଆକଳନ କରାଯିବ । ସେହିଭଳି ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ ପରେ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିମାତ୍ରାକୁ ମଧ୍ୟ ଆକଳନ କରାଯିବ । ଆମେରିକାର ଏକ ସଂସ୍ଥା ଏହିଭଳି ଏକ ସର୍ଭେ କରିଥିଲା ।

ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ, କରୋନା ପଜିଟିଭରୁ ନେଗେଟିଭ ହୋଇଥିବା ବ୍ୟକ୍ତି ଓ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେବା ପରେ ଲୋକଙ୍କଠାରେ ଟି-ସେଲ୍ ଓ ବି-ସେଲ୍‌ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ଜଣାପଡ଼ିଛି । ୭୦ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+