ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ, ୪୦.୭ ଡିଗ୍ରି ରେ ସିଝିଲେ ରାଜଧାନୀବାସୀ
ଗତ କିଛି ଦିନ ହେବ ରାଜ୍ୟରେ ନିଆଁ ବର୍ଷା ହେଉଛି । ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଆଜିବ ବି ସମାନ ସ୍ଥିତି ଜାରି ରହିଛି । ତତଲା କଡେଇରେ ଭାଜି ହେଉଛି ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଥିଲା ରାଜ୍ୟର ଉତପ୍ତ ସହର । ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବରରେ ଆଜି ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଆଜି ୪୩.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା-ହୀରାକୁଦରେରେ ୪୧.୬, ରାଉରକେଲାରେ ୪୦.୪, ଚାନ୍ଦବାଲିରେ ୩୯.୭ ଓ ବାଲେଶ୍ବରରେ ମଧ୍ୟ ୩୯.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।












Click it and Unblock the Notifications