ଆଜିଠୁ ବଢିବ ତାତି ! ଭୁବନେଶ୍ୱରରେ ସକାଳ ୮ ଟା ୩୦ ସୁଦ୍ଧା ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ବୃଦ୍ଧି ପାଇଲା ଦିନ ତାପମାତ୍ରା । ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଖରାରେ ଅସ୍ତବ୍ୟସ୍ତ ରାଜଧାନୀବାସୀ। ଭୁବନେଶ୍ୱରରେ ସକାଳ ୮ଟା ୩୦ ସୁଦ୍ଧା ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୮୫ ପ୍ରତିଶତ ଆଦ୍ରତା ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।
ଗତ କିଛି ଦିନ ହେବ କାଳବୈଶାଖୀ ବର୍ଷା ପାଇଁ ରାଜ୍ୟରେ ତାପମାତ୍ରା କମ ରହିଥିଲା । ହେଲେ ଆଜି ତାପାମାତ୍ରା ବୃଦ୍ଧି ପାଇବା ସହ ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ଯାହା ଫଳରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ ।

ତେବେ ଦିନ ତାରମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଆଜିଠୁ ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା ।












Click it and Unblock the Notifications