ଆଜିଠୁ ଭୁବନେଶ୍ବର ରେଳ ଷ୍ଟେସନରେ ସ୍ବାଭାବିକ ହେବ ଟ୍ରେନ୍ ସେବା
ଆଜିଠୁ ଭୁବନେଶ୍ବର ରେଳ ଷ୍ଟେସନରେ ସ୍ବାଭାବିକ ହେବ ଟ୍ରେନ୍ ସେବା । ଭୁବନେଶ୍ବରରେ ରେଳ ଷ୍ଟେସନରେ ସାଙ୍କେତିକ ପ୍ରଣାଳୀର ପୁନଃ-ବ୍ୟବସ୍ଥିତ ହୋଇଛି । ଭୁବନେଶ୍ବର ଦେଇଯାଉଥିବା କିଛି ଟ୍ରେନ୍କୁ ସାମୟିକ ଭାବେ ବାତିଲ କରାଯାଇଥିଲା ।
ଭୁବନେଶ୍ୱର- ମଞ୍ଚେଶ୍ୱର୍ ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଥିଲା । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନଥିଲା ।
ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ବର ଏବଂ ଭୁବନେଶ୍ବର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିଛନ୍ତି ।
ଏହି ସମୟ ମଧ୍ୟରେ ଭୁବନେଶ୍ବର କୋଚ୍ ରକ୍ଷଣାବେକ୍ଷଣ ଡିପୋକୁ ପ୍ରବେଶ ଏବଂ ପ୍ରସ୍ଥାନ ଅତ୍ୟନ୍ତ ପ୍ରଭାବିତ ହୋଇଥିଲା । ପ୍ରକଳ୍ପ କାର୍ଯ୍ୟ ସମୟରେ ଭୁବନେଶ୍ବର ମାର୍ଗ ଦେଇ ଯାତାୟାତ କରୁଥିବା କିମ୍ବା ଭୁବନେଶ୍ବରରୁ ଛାଡୁଥିବା କିଛି ଟ୍ରେନକୁ ସାମୟିକ ଭାବରେ ବାତିଲ କରାଯାଇଥିଲା ।

କିଛି ଟ୍ରେନ ନ୍ୟୁ ଭୁବନେଶ୍ଵର ଷ୍ଟେସନ ଆଉ କିଛି ଖୋର୍ଦ୍ଧା ରୋଡ ଠାରେ ରହୁଥିଲା । ତେବେ ଏବେ ଆଉ କିଛି ଅସୁବିଧା ନାହିଁ ।
ଭୁବନେଶ୍ବର-ସିଏସ୍ଏମ୍ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ଚଳାଚଳ କରୁଥିଲା।
ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍, ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ ଓ ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍ ଭୁବନେଶ୍ବର ଷ୍ଟେସନ ବଦଳରେ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେଠାରୁ ହିଁ ଛାଡ଼ିଥିଲା। ତେବେ ଆଜିଠୁ ଟ୍ରେନ ଯାତାୟତ ସ୍ଵାଭାବିକ ହେବ ।












Click it and Unblock the Notifications