ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ବିଶାଳ ବିକ୍ଷୋଭ
ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଶିକ୍ଷକ ଏବେ ଧାରଣାକୁ ଓହ୍ଲାଇଛନ୍ତି । ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ଆରମ୍ଭ ହୋଇଛି । ୮ ଦଫା ଦାବି ସହ ପିଏମଜି ଛକରେ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଶିକ୍ଷକ ଏବେ ଧାରଣାକୁ ଓହ୍ଲାଇଛନ୍ତି । ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ଆରମ୍ଭ ହୋଇଛି । ୮ ଦଫା ଦାବି ସହ ପିଏମଜି ଛକରେ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଡେପୁଟେସନ ବାତିଲ ଏବଂ ଏକ୍ସ କ୍ୟାଡର ଉଚ୍ଛେଦ ନେଇ ଦାବି କରିଛନ୍ତି ଧାରଣାରତ ଶିକ୍ଷକ ସଂଘ । ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ । ସମସ୍ତେ ବିଧାନସଭା ଆଡ଼କୁ ମୁହାଁଇବାରୁ ପୋଲିସ ସେମାନଙ୍କୁ ରୋକିଛି ।
ବିକ୍ଷୋଭର ନେତୃତ୍ୱ ନେଇଥିବା ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି, ସରକାର ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରନ୍ତୁ । ଏଥିସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରନ୍ତୁ । ଏଡାଛଡ଼ା ସମସ୍ତଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରନ୍ତୁ । ଫଳରେ ସମସ୍ତ ଶିକ୍ଷକ ନ୍ୟାୟ ପାଇବେ । ସରକାର ଦାବିପୂରଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀନାୟକ କହିଛନ୍ତି।












Click it and Unblock the Notifications