ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର; ଓଡ଼ିଶାର ଏହି ସବୁ ସହର ମଧ୍ୟ ସାମିଲ
ରାଜ୍ୟରେ କେତେକ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତା ଶନିବାର ଠାରୁ ରାଜ୍ୟରେ ଶୀତ ବଢିପାରେ। ୭ ତାରିଖରୁ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ କମିବ। ଫଳରେ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ୨ ଦିନ କନ୍ଧମାଳ, କଳାହାଣ୍ତି, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ହୋଇପାରେ। ଆଜି ମାଲକାନଗିରି ଓ କୋରାପୁଟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୬ ରୁ ୧୦ ତାରିଖ ଯାଏଁ ପାଗ ପ୍ରାୟତଃ ଶୁଖିଲା ରହିବ। କେବଳ ୮ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡି଼ଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ କୋରାପୁଟ ବୋରିଗୁମ୍ମା ରେ ସର୍ବାଧିକ ବର୍ଷା ୬୫.୪ ମିମି ବର୍ଷା ରେକର୍ଡ ହୋଇଛି। କୋଟପାଡରେ ୭.୮, କୋରାପୁଟ୍ ରେ ୬, ମାଲକାନଗିରିରେ ୫.୨, ମିମି ବର୍ଷା ରେକର୍ଡ଼ ହୋଇଛି। ମଙ୍ଗଳବାର ଦିନ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା।












Click it and Unblock the Notifications