ଜାତୀୟସ୍ତରରେ ବିଏମସିକୁ ପୁରସ୍କୃତ

Bhubaneswar Municipal Corporation :ଜାତୀୟସ୍ତରରେ ବିଏମସିକୁ ପୁରସ୍କୃତ

ଭୁବନେଶ୍ୱର: ଜାତୀୟସ୍ତରରେ ଭୁବନେଶ୍ୱରକୁ ପ୍ରସଂସା । ମଳ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଭୁବନେଶ୍ୱର । ରାଜଧାନୀର ମଳ ପରିଚାଳନା କ୍ଷେତ୍ରରେ ଆସିଥିବା ସଂସ୍କାର ପାଇଁ ଜାତୀୟସ୍ତରରେ ବିଏମସିକୁ ପୁରସ୍କୃତ କରାଯାଇଛି । ଫେଡେରେସନ ଅଫ୍‍ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଏମ୍‍ସି ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ବିଏମସି ସୂଚନା ଦେଇଛି । ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରର ମଳ ପରିଚାଳନା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଉପସ୍ଥାପନ କରାଯାଇଥିଲା । ୨୫ରୁ ଅଧିକ ବିଚାରକଙ୍କର ଏକ ମଣ୍ଡଳୀ ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି ବିଏମସିକୁ ପ୍ରଥମ ପାଇଁରେ ରଖିବା ସହ ପୁରସ୍କୃତ କରାଯାଇଛି ।

Bhubaneswar

ଭୁବନେଶ୍ୱରର ବାସୁଆ ଘାଇ ଓ ରକୋଟଠାରେ ଫିକଲ ସ୍ଲଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି କରାଯାଇଛି। ଯେଉଁଠି ରାଜଧାନୀରୁ ସ୍ୱେରେଜ୍‍ ଲାଇନ୍‍ ସଂଯୋଗ କରି ବର୍ଜ୍ୟ ଜଳକୁ ବିଶୁଦ୍ଧ କରାଯାଉଛି । ତେବେ ଯେଉଁଠି ସ୍ୱେରେଜ ପାଇପ୍ ବ୍ୟବସ୍ତା କରାଯାଇ ନାହିଁ ସେଠୁ ସେସପୁଲ୍‍ ଗାଡ଼ି ଯୋଗେ ବର୍ଜ୍ୟ ଜଳ ଅଣାଯାଇ ଏହି ପ୍ଲାଣ୍ଟରେ ବିଶୁଦ୍ଧ କରାଯାଉଛି ।

bmc

ଏହାର ପରିଚାଳନା ଦାଇତ୍ୱ ୱାଟ୍‍କୋ ନେଇଥିବା ବେଳେ ରକ୍ଷଣାବେକ୍ଷଣ ପାଇଁ ସହରର କିନ୍ନରଙ୍କୁ ନିଯୁକ୍ତି କରାଯାଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସ୍ୱେରେଜ୍ କାମ ଜାରି ରହିଛି । ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ଚେଷ୍ଟା ଜାରି ରହିଛି । ବାସୁଆ ଘାଇରେ ଦିନକରେ ୨୮ ମିଲିୟନ ଲିଟର ମଳ ପରିଚାଳନା କ୍ଷମତା ଥିବା ବେଳେ ୬ଟି ପମ୍ପିଂ ଷ୍ଟେସନ ରହିଛି । ଅନ୍ୟ ୬ଟି ପମ୍ପିଂ ଷ୍ଟେସନର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସ୍ୱେରେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟକୁ ୬୦ ହଜାର ଘର ସହିତ ସଂଯୋଗ କରାଯାଇ ସାରିଛି । ଆଗକୁ ଭୁବନେଶ୍ୱରର ୩ ଲକ୍ଷ ଘରକୁ ଏହା ସଂଯୋଗ କରିବାର ଲକ୍ଷ୍ୟ ରଖାଯାଇଛି । ସେପଟେ ସ୍ୱେରେଜ୍‍ ଲାଇନର ସମ୍ପୂର୍ଣ୍ଣ କାର୍ଯ୍ୟ ସରିବା ପରେ ରାଜଧାନୀ ପରିମଳ କ୍ଷେତ୍ରରେ ଯଥେଷ୍ଟ ଆଗକୁ ବଢ଼଼ିପାରିବ । ସ୍ୱେରେଜ୍‍ ଲାଇନ୍‍ ଦ୍ୱାରା ଲୋକଙ୍କ ଘରୁ ମଳ ସିଧା ପ୍ଲାଣ୍ଟରେ ପହଞ୍ଚି ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+