ବଦଳିବ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ନାଁ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା

ବଦଳିବ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ନାଁ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ । ଏନେଇ ବିଚାର ବିମର୍ଶ ଚାଲିଛି ।" ତେବେ ନାଁ ପରିବର୍ତ୍ତନ ହେଲେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ନାମିତ କରାଯାଇପାରେ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Bhubaneswar Master Canteen

ଭୁବନେଶ୍ୱରର ଏକ ପ୍ରମୁଖ ଛକ ହେଉଛି ମାଷ୍ଟର କ୍ୟାଣ୍ଟିନ । ସୂଚନାଯୋଗ୍ୟ, ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଆସିଥିବା ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ 'ମୋ ବସ'ର ନାଁ ପରିବର୍ତ୍ତନ କରାଯାଇ 'ଆମ ବସ' ରଖାଯାଇଥିଲା । ତେବେ ଆଗାମୀ ଦିନରେ ମାଷ୍ଟର କ୍ୟାଣ୍ଟିନ ନାଁ ପରିବର୍ତ୍ତନ ହେଲେ କେଉଁ ନାଁ ରଖାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+