Get Updates
Get notified of breaking news, exclusive insights, and must-see stories!

Bhubaneswar Lok Sabha Election Results 2024: ବିଜୟବାନା ଉଡ଼ାଇଲେ ଅପରାଜିତା ଷଡ଼ଙ୍ଗୀ, ପୁଣି ଜିତି ରେକର୍ଡ କଲେ

Lok Sabha Election 2024: ବିଜେଡିର ଆଗଧାଡ଼ିର ନେତାମାନଙ୍କର ଘନଘନ ବାକ୍‌ ଆକ୍ରମଣ ଓ ବ୍ୟକ୍ତିଗତ ଆକ୍ଷେପ ପରେ ବି ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ବିଜେପିର ବିଜୟବାନା ଉଡ଼ାଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ବର ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ଆସନରୁ ୫ଟିରେ ବିଜେଡି ପ୍ରାର୍ଥୀ ଜିତିଥିବାବେଳେ ୨ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତା'ସ‌ତ୍ତ୍ବେ ବିଜେପି ପ୍ରାର୍ଥୀ ଅପରାଜିତା ସମସ୍ତଙ୍କୁ ଚକ୍‌ମା ଦେଇ ଲୋକସଭା ଆସନ ଦଖଲ କରିଛନ୍ତି ।

ପାଖାପାଖି ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ସହ ଯୋଡ଼ି ହୋଇ ରହିଥିବା ଅପରାଜିତା ଏଥର ସମସ୍ତ ବିରୋଧୀ ନେତାଙ୍କୁ ପଛରେ ପକାଇ ଅପରାଜୟ ରହିଛନ୍ତି। ତାଙ୍କ ପରାଜୟ ପାଇଁ ବିଭିନ୍ନ ସ୍ତରରେ ବିରୋଧୀ ଉଦ୍ୟମ କରିଥିଲେ ହେଁ ଖୋର୍ଦ୍ଧା ଜିଲ୍ଲାପାଳ, ବିଏମ୍‌ସି କମିସନର ରହିବା ସହ ୫ ବର୍ଷ ଧରି ଲୋକଙ୍କ ସହ ଯୋଡ଼ିହୋଇ ରହିବାର ପୁରସ୍କାର ଆଜି ଅପରାଜିତାଙ୍କୁ ମିଳିଛି। ମୋଦୀ ହାୱା ଓ ନିଜ ପ୍ରଚାର ବଳରେ ସବୁ ଗଣିତକୁ ଓଲଟପାଲଟ କରି ସେ ବିଜୟ ହାସଲ କରିଛନ୍ତି।

Aparajita Sarangi

ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କଠାରୁ ସେ ୩୫ହଜାର ୧୫୨ ଅଧିକ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି, ଯାହାକି ୨୦୧୯ ତୁଳନାରେ ଅଧିକ। ଭୁବନେଶ୍ବରର ୩ଟି ଯାକ ନିର୍ବାଚନମଣ୍ଡଳୀ ସମେତ ଖୋର୍ଦ୍ଧା ଶ୍ରୀମତୀ ଷଡ଼ଙ୍ଗୀ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଶ୍ରୀ ରାଉତରାୟ ଜଟଣୀ, ଜୟଦେବ, ବେଗୁନିଆ ନିର୍ବାଚନମଣ୍ଡଳୀରେ ଅପରାଜିତାଙ୍କଠାରୁ ଆଗରେ ରହିଛନ୍ତି।

ବିଜେପି ପ୍ରାର୍ଥୀ ଅପରାଜିତା ମୋଟ୍‌ ୫ଲକ୍ଷ ୧୨ହଜାର ୫୧୯ ଭୋଟ ପାଇଥିବା ବେଳେ ମନ୍ମଥ ୪ଲକ୍ଷ ୭୭ହଜାର ୩୬୭ ଭୋଟ ହା‌ତେଇବାରେ ସକ୍ଷମ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୬୬ ହଜାର ୩୬୨ ଭୋଟ ପାଇଥିବା ବେଳେ ସିପିଆଇଏମ୍‌ ପ୍ରାର୍ଥୀ ସୁ‌ରେଶ କୁମାର ପାଣିଗ୍ରାହୀ ୪,୧୪୮, ହୁଲାସ ସେନାପତି ୨,୨୫୧, କିଶୋର କୁମାର ସୂତାର ୨,୨୦୩, ସୁଧାଂଶୁ ଶେଖର ଦାଶ ୧୭୫୮, ସନ୍ତୋଷ କୁମାର ମିଶ୍ର ୧୭୪୪, ସଙ୍ଗୀତା ପଟ୍ଟନାୟକ ୧୫୩୦, ପ୍ରଦୀନ କୁମାର ସାହୁ ୧୫୦୩, ଶାନ୍ତିଲତା ରାଉତ ୧୪୪୧, ନଟବର ମହାରଣା ୧୦୮୭ ଭୋଟ ପାଇଛନ୍ତି। ୮ହଜାର ୩୦୨ ଜଣ ଭୋଟରଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର କୌଣସି ପ୍ରାର୍ଥୀ ପସନ୍ଦ ଆସି ନାହାନ୍ତି। ତେ‌ଣୁ ସେମାନେ ନୋଟାକୁ ଆପଣାଇ ନେଇଛନ୍ତି।

Jun 05, 2024, 8:56 am IST

ଭୁବନେଶ୍ୱର ଲୋକସଭା ଆସନରୁ ଜିତିଲେ ଅପରାଜିତା

ଭୁବନେଶ୍ୱର ଲୋକସଭା ଆସନରୁ ଜିତିଲେ ଅପରାଜିତା
Jun 04, 2024, 9:57 am IST

ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ

ଭୁବନେଶ୍ବର ମଧ୍ୟରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ । ଅନନ୍ତ ନାରାୟଣ ଜେନାଙ୍କ ଠାରୁ ଆଗରେ ଜଗା ପ୍ରଧାନ ।
Jun 04, 2024, 8:50 am IST

ଭୁବନେଶ୍ବର ଲୋକସଭାରେ ବିଜେପି ଆଗୁଆ

ଭୁବନେଶ୍ବର ଲୋକସଭାରେ ବିଜେପି ଆଗୁଆ । ସାଂସଦ ଅପରାଜିତ ଷଡଙ୍ଗୀ ଆଗରେ ରହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+