Bhubaneswar Lok Sabha Election 2024: ଅଟୋରେ ଆସିଲେ ଆଉ ଭୋଟ୍ ଦେଇ ଅଟୋରେ ଗଲେ ପଣ୍ଡିଆନ, ସୁଜାତା ବି ଦେଲେ ଭୋଟ୍

ଭୋଟ୍ ଦେଉଛି ଓଡ଼ିଶା । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡିର ବଶିଷ୍ଠ ନେତା ଭି କେ ପାଣ୍ଡିଆନ୍‌ ।

ସକାଳୁ ସକାଳୁ ଅଟୋରେ ବୁଥକୁ ପହଞ୍ଚିବା ପରେ ଲମ୍ବା ଲାଇନରେ ଛିଡା ହୋଇଥିଲେ ପାଣ୍ଡିଆନ୍‌ । ଭୁବନେଶ୍ୱର ୟୁନିଟ୍‌-୬ର ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌ ।

ଭୋଟ ଦେବା ପରେ ପ୍ରତିକ୍ରିୟା ଦେଇ ପାଣ୍ଡିଆନ କହିଥିଲେ ଯେ, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ । ଅଟୋ ଚାଳକ ସଂଘର ଅନୁରୋଧ ରକ୍ଷା କରି ଅଟୋରେ ଭୋଟ ଦେବାକୁ ଯାଇଥିଲେ କାର୍ତ୍ତିକ ପାଣ୍ଡିଆନ୍‌।

Bhubaneswar Lok Sabha Election

ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

ବିଜେପି ଭୁବନେଶ୍ଵରରୁ ଅପରାଜିତା ଷଡ଼ଙ୍ଗୀ, ବିଜେଡ଼ି ଭୁବନେଶ୍ୱରରୁ ମନ୍ମଥ ରାଉତରାୟ ଓ କଂଗ୍ରେସ ୟାସିର୍ ନୱାଜଙ୍କୁ ପ୍ରାର୍ଥୀ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+