ତାତିଲା ଭୁବନେଶ୍ୱର, ୩୫ ଡିଗ୍ରି ଉପରେ ୧୫ ସହର,
ଭୁବନେଶ୍ୱର: ଆଜି ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ଯାହାକି ସର୍ବୋଚ୍ଚ ତାପମାତ୍ରା ରହିଥିଲା । ସେହଭଳି ଟିଟିଲାଡ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଛି । ଝାରସୁଗୁଡା ୩୫-୬, ସୋନପୁର ୩୫.୫, ବୌଦ୍ଧ ୩୫.୫, ବଲାଙ୍ଗୀର ୩୫.୪, ଢେଙ୍କାନାଳ ୩୫.୨, କଟକ ୩୫, ଅନୁଗୁଳର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି ।

ମାଲକାନାଗିରି ଓ ତାଳଚେର ୩୫ ଡିଗ୍ରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ଣ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ କରାଯାଇଛି । ଅନ୍ୟପଟେ ରାଜ୍ୟବାସୀ ମୃଦୁମଳୟକୁ ଅପେକ୍ଷା କରିଥିବା ବେଳେ ଏବେ ଗ୍ରୀଷ୍ମପ୍ରବାହ ସାଧାରଣ ଜନତାଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।












Click it and Unblock the Notifications