ଆଇକନିକ ହାଇପର୍ଫମାନ୍ସ ବ୍ୟାଡମିଣ୍ଟନ ସେଣ୍ଟର୍ ‘ଦ ସଟଲ' ଉଦଘାଟିତ
ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ ହାଇପର୍ଫମାନ୍ସ ବ୍ୟାଡମିଣ୍ଟନ ସେଣ୍ଟର୍ 'ଦ ସଟଲ'। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ତଥା ଵ୍ୟାଡମିଣ୍ଟନ ଫେଡରେସନ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ କୋଚ୍ ପୁଲେଲା ଗୋପିଚାନ୍ଦ ଉପସ୍ଥିତ ରହି ଏହି ସେଣ୍ଟରର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ CM ଟ୍ରଫି ।
୭୭ହଜାର ବର୍ଗ ଫୁଟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ହାଇ ପରଫରମାନ୍ସ ସେଣ୍ଟର ଭିତରେ ରହିଛି ୮ଟି କୋର୍ଟ। ଯେଉଁଥିରେ ଏକାସଙ୍ଗେ ୮ଟି ମ୍ୟାଚ୍ ଖେଳାଯାଇପାରିବ। ୪ଶହ ଦର୍ଶକ ବସିବା ପାଇଁ ହୋଇଛି ବ୍ୟବସ୍ଥା। ଭିଆଇପି ଗ୍ୟାଲେରୀ ବି ରହିଛି। ଖେଳାଳି ଓ କୋଚଙ୍କ ରହିବା ଲାଗି ରୁମ୍ ସହ ମ୍ୟାଚ୍ ବେଳେ ଆହତ ହେଲେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ସ୍କୋର ଦେଖିବାକୁ ଲାଗିଛି ବଡ଼ ବଡ଼ LED ।
ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ସମସ୍ତ ପ୍ରକାର ଅତ୍ୟାଧୁନିକ ପ୍ରଶିକ୍ଷଣ ଯନ୍ତ୍ରପାତି ସୁବିଧା ରହିଛି । ଏଥିସହ ସଟଲ୍ ଉପରେ ଓ ବାହାରେ ଦୁଇଟି ଜଗିଂ ଟ୍ରାକ୍ ଏବଂ ପୁଲ୍ କରାଯାଇଛି। ବ୍ୟାଡମିଣ୍ଟନ ପ୍ରତିଭାଙ୍କୁ ଚିହ୍ନଟ କରି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଏହି ହାଇ ପରଫରମାନ୍ସ ସେଣ୍ଟରର ପରିକଳ୍ପନା କରିଥିଲା କ୍ରୀଡ଼ା ବିଭାଗ। ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ଏହି କେନ୍ଦ୍ରର ପରିଚାଳନା କରିବେ ।

ଫୁଟବଲ, ବ୍ୟାଡମିଣ୍ଟନ ଓ ଆଥଲେଟିକ୍ସକୁ ନେଇ ଏହି ଟ୍ରଫି ଆୟୋଜନ କରାଯିବ । ଏହାଛଡ଼ା ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ୧ ହଜାର କୋଟି ଟଙ୍କାରେ ନିର୍ମାଣ ହେବ ବିଶ୍ବସ୍ତରୀୟ ମଲ୍ଟି ପର୍ପୋଜ୍ କଂପ୍ଲେକ୍ସ । ଏଥିପାଇଁ ଖେଳରତ୍ନ ଖୋଜା ଅଭିଯାନ ମାଧ୍ୟମରେ ପଞ୍ଚାୟତ ଓ ବ୍ଲକ ସ୍ତରରୁ ଖେଳାଳିଙ୍କୁ ଚୟନ କରାଯିବ । ଉଦଘାଟିତ ହୋଇଥିବା ଦି ସଟଲ୍ ସେଣ୍ଟରରେ ୮ଟି ବ୍ୟାଡମିଣ୍ଟନ କୋର୍ଟ ରହିଛି । ୪୦୦ ଦର୍ଶକ ବସିବା ପାଇଁ ଗ୍ୟାଲେରୀ ରହିଛି ।












Click it and Unblock the Notifications