ଭୁବନେଶ୍ବର ILSକୁ ସଫଳତା: ବ୍ରେନ ମ୍ୟାଲେରିଆ ପାଇଁ ଉଦ୍ଭାବନ କଲା ଔଷଧ
ଜଟିଳ ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଥିବା ଦାବି କରିଛି ଭୁବନେଶ୍ଵର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଆଇଏଲଏସ । ଆଇଏଲଏସର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍ ବ୍ରେନ୍ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି ।

ଭୁବନେଶ୍ବର: ILSକୁ ସଫଳତା । ଜଟିଳ ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଥିବା ଦାବି କରିଛି ଭୁବନେଶ୍ଵର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଆଇଏଲଏସ । ଆଇଏଲଏସର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍ ବ୍ରେନ୍ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି ।
ଏହି ଔଷଧର ନାମ ରହିଛି ଗ୍ରିସେଫୁଲଭିନ । ଅନୁମତି ମିଳିଲେ ଆଗକୁ ଏହାକୁ ରୋଗୀ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଖୁବ୍ଶୀଘ୍ର ଏହି ଔଷଧ ବଜାରକୁ ଆସିବା ସମ୍ଭାବନା ରହିଛି । ଏହି ଔଷଧର ବଜାର ମୂଲ୍ୟ ଅପେକ୍ଷାକୃତ କମ୍ ରହିବ । ଉଭୟ ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇପାରିବ।
ପ୍ରାରମ୍ଭିକ ଭାବେ ମୂଷାଙ୍କ ଶରୀରରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ। ଏହି ଔଷଧର ମାନବ ପରୀକ୍ଷଣ ସଫଳ ହେଲେ ମସ୍ତିଷ୍କ ମ୍ୟାଲେରିଆ ଜନିତ ମୃତ୍ୟୁ ରୋକିବାରେ ସହାୟକ ହେବ ।












Click it and Unblock the Notifications