ପ୍ରଚଣ୍ଡ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ,ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର
ରାଜ୍ୟରେ ପୁଣି ଉପର ମୁହାଁ ତାତି। ଉପକୂଳ ଜିଲ୍ଲାରେ ତାତି ସହ ଅହସ୍ୟ ଗୁଳୁଗୁଳି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଗରମରୁ ନିସ୍ତାର ନାହିଁ। ପାଞ୍ଚଦିନ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ। ଆଜି ରାଜଧାନୀ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୯.୪ ଡିଗ୍ରୀ ସେଲସିଅସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ୱର ୩୮.୪ ଡିଗ୍ରୀ, ହୀରାକୁଦ ୩୭ ଡିଗ୍ରୀ, ଚାନ୍ଦବାଲି ଓ ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୪ ଡିଗ୍ରୀ ଏବଂ ପାରାଦୀପରେ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।













Click it and Unblock the Notifications