ଆଜି ବନ୍ଦ ରହିବ ଭୁବନେଶ୍ୱର ୧ ନଂ ହାଟ, କଳିରତିରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ

ଲାଗିଲା ନିଆଁ, ପଶିଲା ଚେତା । ଭୁବନେଶ୍ୱର ଏକ ନମ୍ବର ହାଟରେ ନିଆଁ ଲାଗିବା ପରେ ପ୍ରଶାସନର ଚେତା ପଶିଛି । ଆଜି ଗୋଟିଏ ଦିନକ ପାଇଁ ଏକ ନମ୍ବର ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆବଶ୍ୟକ ପଡେ, ତେବେ ବନ୍ଦ ଅବଧିକୁ ବୃଦ୍ଧି କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କରାଯାଇଛି । କିଛି ଦୋକାନୀ ନିୟମ ମାନୁନାହାନ୍ତି । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା। ଦୋକାନୀମାନେ ଏସଓପି ପାଳନ କରୁନାହାନ୍ତି ।

Bhubaneswar Haat No

ଏକାମ୍ର ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ, ୧୦ ଦିନ ଭିତରେ ଏସଓପି ଆସିବ । ହାଟ କମିଟି ସହିତ ଆଲୋଚନା କରାଯିବ । ହାଟର ସୁରକ୍ଷା, ସ୍ଥାୟିତ୍ୱକୁ ନେଇ ସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ । ଏହାସହିତ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସହାୟତା ପ୍ରଦାନ କରାଯିବ ।

ସେହିପରି ୪୫ ନମ୍ବର ଓ୍ୱାର୍ଡର କର୍ପୋରେଟର ଅମରେଶ ଜେନା କହିଛନ୍ତି ଯେ, ଏକ ନମ୍ବର ହାଟ ଦାୟିତ୍ୱରେ ଥିବା ବିଏମସି ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ । ବିଏମସିର ଅବହେଳା ପାଇଁ ଅଗ୍ନିକାଣ୍ଡ ଘଟିଛି। ହାଟର ସମ୍ପୂର୍ଣ୍ଣ ନକ୍ସା ପରିବର୍ତ୍ତନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ସେହିପରି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ବିଏମସି ମେୟର ଓ କର୍ମଚାରୀଙ୍କ ପାଇଁ ଅଗ୍ନିକାଣ୍ଡ ଘଟିଛି। ହାଟ ପରିଚାଳନରେ ବିଏମସି ସମ୍ପୂର୍ଣ୍ଣ ଫେଲ ମାରିଛି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଜଳାପୋଡ଼ା ସ୍ଥାନରେ ଦୋକାନ ନକରେଇ ଦେବାକୁ ଦାବି କରିଛନ୍ତି। ଏହାସହ ନୂତନ ହାଟ ନିର୍ମାଣ ପାଇଁ ସରକାର ପ୍ରଦାନ କରିଥିବା ୨୦ କୋଟି ଟଙ୍କା ପାଇଁ ଧନ୍ୟବାଦ୍ ଦେଇଛନ୍ତି ।

ସେହିପରି ଧନାହାନି ହୋଇଥିବା ଦୋକାନୀଙ୍କୁ ଆର୍ଥିକ ସହାୟତା ଓ ଥଇଥାନ ଦାବି କରିବାକୁ ଦାବି କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା।

ସୂଚନାଯୋଗ୍ୟ ଯେ,ସୋମବାର ବିଳମ୍ବିତ ରାତିରେ ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୫୦ରୁ ଅଧିକ ଦୋକାନ ଜଳିଯାଇଛି। ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୫୦ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳ ବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+