ଏପ୍ରିଲ ୧ରୁ ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ
ଭୁବନେଶ୍ୱର: ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ । ଏପ୍ରିଲ ୧ରୁ ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ । ଆସନ୍ତା ଅପ୍ରେଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଭୁବନେଶ୍ବରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ବିମାନ ଚଳାଚଳ କରିବ।

ଘରୋଇ ବିମାନ କଂପାନି 'ଇଣ୍ଡିଗୋ'ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଯାତ୍ରମାନେ ଚାହିଁଲେ ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ। କେନ୍ଦ୍ର ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ବରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି।












Click it and Unblock the Notifications