Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର ମଞ୍ଚେଶ୍ୱରରେ ସରକାରୀ ଔଷଧ ଗୋଦାମରେ ନିଆଁ

ଭୁବନେଶ୍ୱର:ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ନିଆଁ । ଭୟଙ୍କର ଅଗ୍ନିକାଣ୍ତରେ ଗୋଦାମରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । କୋଭିଡ ସାମଗ୍ରୀ ସହ ମାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ଥିଲା । କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ ହୋଇ ଯାଇଥିବା ନେଇ ସୂଚନା । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ।

Mancheswar

ସୂଚନା ଅନୁସାରେ, ଗତକାଲି ପ୍ରାୟ ରାତି ୧୧ଟା ବେଳେ ମହିନ୍ଦ୍ରା ସୋ'ରୁମ ପଛରେ ଥିବା ସେକ୍ଟର-ଏରେ ଥିବା ଔଷଧ ଗୋଦାମରେ ଅଗ୍ନିକାଣ୍ତ ଘଟିଥିଲା । ନିଆଁ ଲାଗିବାର ପ୍ରାୟ ୩୦ ମିନିଟ୍ ପରେ ଦମକଳ ଗାଡ଼ି ପହଞ୍ଚିବା ପରେ ନିଆଁ ଆୟତ୍ତ କରିଥିଲା । ୬ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏହି ଔଷଧ ଗୋଦାମରେ ବହୁ ପରିମାଣରେ ମେଡିସିନ୍, ମାସ୍କ ଓ ସାନିଟାଇଜର ଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+