ଆସୁଛନ୍ତି ମା': ରାଜଧାନୀରେ ଗୋଟିଏ ଦିନ ଭସାଣି
ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମା’ ଦୁର୍ଗାଙ୍କ ପୂଜା । ତେବେ ପୂଜା ପରେ ଗୋଟିଏ ଦିନରେ ଭସାଣି ଅନୁଷ୍ଠିତ ହେବ।
ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମା' ଦୁର୍ଗାଙ୍କ ପୂଜା । ତେବେ ପୂଜା ପରେ ଗୋଟିଏ ଦିନରେ ଭସାଣି ଅନୁଷ୍ଠିତ ହେବ। ସ୍ଥାନୀୟ ଝାଡେଶ୍ୱରୀ ମନ୍ଦିର ପରିସରରେ ଆଜି କମିସନରେଟ ପୋଲିସ ଓ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅତିରିକ୍ତ ଡେପୁଟି କମିସନର ଅଫ ପୋଲିସ ତରୁଣ କୁମାର ଦାସ କହିଛନ୍ତି ଯେ, ରାଜଧାନୀରେ ସମସ୍ତ ପୂଜା ମଣ୍ଡପ ଭସାଣି ଗୋଟିଏ ଦିନରେ କରାଯିବ। ସମସ୍ତ ପୂଜା ମଣ୍ଡପ ଭସାଣି ଦିନ ନିଜ ମେଢ଼ ଆଣି ନୟାପଲ୍ଲୀ ନିକଟରେ ଏକତ୍ରିତ ହେବେ। ସେହିଠାରୁ ସାମୁହିକ ଭସାଣି ଆରମ୍ଭ ହେବ। କମିସନରେଟ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ହେବ ଭସାଣି। ମଣ୍ଡପରେ ବାଧ୍ୟତାମୂଳକ ଭାବେ ସିସିଟିଭି ଲାଗିବ। ସେହିପରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସବୁ ମଣ୍ଡପରେ ରହିବ।
କଟକ ଦୁର୍ଗାପୂଜା
ସେପଟେ ଦୀର୍ଘ ଦୁଇ ବର୍ଷ ପରେ କଟକରେ ମହା ଆଡ଼ମ୍ବରରେ ପାଳନ ହେବ ଦୁର୍ଗାପୂଜା । ସହରର ପ୍ରାୟ ୧୭୦ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଜଗତ ଜନନୀ । ଏଥିପାଇଁ ସବୁଠାରେ ଜୋର୍ ସୋର୍ ରେ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ କଟକରେ ୨୮ଟି ପୂଜା ମଣ୍ଡପରେ ଚାନ୍ଦି ମେଢ଼ କରାଯାଉଥିବା ବେଳେ, ଏହାର ପ୍ରସ୍ତୁତରେ ଲାଗି ପଡିଛନ୍ତି ତାରକସି କାରିଗର । ସହରରେ ଦିନକୁ ଦିନ ଚାନ୍ଦି ମେଢ଼ ପ୍ରତି ବେଶ ଆଗ୍ରହ ବଢ଼ିବାରେ ଲାଗିଛି । ଆଉ ଏଥିରୁ ବେଶ ଉପକୃତ ହେଉଛନ୍ତି ତାରକସି କାରିଗରମାନେ ।












Click it and Unblock the Notifications