ଆଜିଠୁ ଆରମ୍ଭ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା, ଜାଣନ୍ତୁ କେତେ ରହିଛି ଟିକେଟ୍ ଦାମ୍
ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଇଣ୍ତିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଉଡ଼ିବ ପ୍ରଥମ ବିମାନ । ଟିକେଟ୍ ମୂଲ୍ୟ ୧୦ ହଜାର ଏବଂ ଯିବା ଆସିବା ପାଇଁ ଟିକଟର ମୂଲ୍ୟ ୨୦ ହଜାର ରଖାଯାଇଛି । ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ ।
ଦୁବାଇକୁ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଉଡାଣ ଫଳରେ ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧି ସହ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବା ନେଇ ଆଶା କରାଯାଉଛି । ଆଇଟି ଓ ମାନୁଫକଚରିଂ ଭଳି କ୍ଷେତ୍ରରେ ମଧ୍ୟ ଅଧିକ ଲାଭବାନ ହେବା ସହିତ ଓଡ଼ିଶା ଆଉ ନୂତନ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନାଥାଉ ଯେ, ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଏହି ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡ଼ିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ୱାର ଫିଟିବ। ଏପରି କି କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ୱାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ। ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ ।












Click it and Unblock the Notifications