ରାଜଧାନୀ ଡବଲ ମର୍ଡର ଘଟଣାରେ ୬ ଗିରଫ

ରାଜଧାନୀରେ ହୋଲିରେ ୨ଟି ହତ୍ୟା ମାମଲାରେ ୬ଜଣ ଗିରଫ ହୋଇଛନ୍ତି। ରାଜଧାନୀରେ ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଥିବାବେଳେ ପୂର୍ବ ଶତ୍ରୁତା ନ ଥିଲା। ଭୁବନେଶ୍ୱର ଡବଲ ମର୍ଡର ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀ ଗିରଫ ହୋଇଛନ୍ତି।

ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଡିସିପି କହିଛନ୍ତି। ପୋଲିସ ପିଛା କରିବା ସମୟରେ ଡିମିରି ଫଳ ଖାଇଦେଇଥିଲେ ଅଭିଯୁକ୍ତ। ତେବେ ତାଙ୍କୁ ମଙ୍ଗଳପୁର ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ଏବେ ଥାନାରେ ରହିଥିବା କହିଛନ୍ତି ଡିସିପି।

arrest

ସେହିପରି ଶହୀଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ ହୋଇଥିବାବେଳେ ଜଣେ ନାବାଳକ ଅଟକ ରହିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ଅନ୍ୟ କୌଣସି କାରଣକୁ ନେଇ ନୁହେଁ, ହୋଲି ଖେଳକୁ ନେଇ ବଚସାରୁ ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+