Get Updates
Get notified of breaking news, exclusive insights, and must-see stories!

ଫିଟ୍‌ ରହିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା: କମ୍ କରନ୍ତୁ ଓଜନ ଆଉ ପେଟ

କମିଶନରେଟ୍ ପୋଲିସକୁ ଫିଟନେସ୍ ଚିନ୍ତା । ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶନାମା ।

Commissionerate Police

ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ଫିଟନେସ୍ ଚିନ୍ତା । ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ ନିର୍ଦ୍ଦେଶନାମା । APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ ।

ଡ୍ୟୁଟିର ସୁବିଧା ଅନୁଯାୟୀ ସକାଳ ୬ଟା ଏବଂ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ PT କରାଯିବ । ଫିଟନେସ୍ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବେ । ସେଠାରେ ଉପସ୍ଥାନ ନିଆଯିବ, ଏବଂ ଏହା ମାସିକ ହାରାହାରି ୮୦% ରୁ କମ୍ ହେବା ଉଚିତ୍ ନୁହେଁ । ଶାରୀରିକ ଉନ୍ନତି ତଥ୍ୟ ଗୁଡ଼ିକ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ ।

ସେହିପରି ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଳି କୁହାଯାଇଛି । ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବା ସହ ସକ୍ରିୟ ଭାବରେ କାମ କରିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+