ସ୍ୱଚ୍ଛ ସହର ହେବ ଭୁବନେଶ୍ୱର
Bhubaneswar Cleanest City:ସ୍ୱଚ୍ଛ ସହର ହେବ ଭୁବନେଶ୍ୱର
ଭୁବନେଶ୍ୱର: ଭୁବନେଶ୍ୱରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଆଣ୍ଟା ଭିଡିଲା ବିଏମସି । ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ସ୍ୱଚ୍ଛତା କାର୍ଯ୍ୟକ୍ରମ । ପ୍ରତ୍ୟକ ସମୟରେ ରାଜଧାନୀର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଦିଆଯାଇଛି ଗୁରୁତ୍ୱ । ରାଜ୍ୟକୁ ଆସୁଥିବା ଅତିଥି ମଧ୍ୟ ରାଜଧାନୀ ଭୁବନେଶ୍ୱର ସ୍ୱଚ୍ଛତାର ଅନେକଥର ପ୍ରଶଂସା କରିଛନ୍ତି। ସ୍ବଚ୍ଛତା ବାର୍ତ୍ତାକୁ ଅଧିକ ଲୋକାଭିମୁଖୀ କରିବା ସକାଶେ ସକାଳ ୬ଟାରୁ ରସୁଲଗଡ଼ରେ ହାତରେ ଝାଡୁ ଧରି ପହଞ୍ଚିଥିଲେ ମେୟର ଓ କର୍ପୋରେଟର । ଓଭରବ୍ରିଜ ତଳୁ ଆରମ୍ଭ ହୋଇଥିଲା ସଫେଇ ଅଭିଯାନ । ମାସର ଶେଷ ରବିବାର ବିଭିନ୍ନ ସ୍ଥାନରେ ସଫେଇ କରିବେ କର୍ପୋରେଟର । ଲୋକଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ସହରର ଆହ୍ବାନ ଦେଇ ଆଜିଠୁ ଏଭଳି ନୂଆ ଅଭିଯାନ ବିଏମସି ପକ୍ଷରୁ ଆରମ୍ଭ କରାଯାଇଛି ।

ଏହି ସ୍ୱସ୍ଥତା ଅଭିଯାନରେ ସାମିଲ ହୋଇଛନ୍ତି ସ୍ଥାନୀୟ ଲୋକ । ଅନ୍ୟପଟେ ଦୋକାନରୁ ଅନ୍ୟୁନ ୫ ମିଟର ପରିଧିର ପରିମଳ ଦାୟିତ୍ବ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ହେଳା କଲେ କଲେ ଫାଇନ ଆଦାୟ ମଧ୍ୟ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଭୁବନେଶ୍ବରବାସୀଙ୍କ ସହଯୋଗ ଲୋଡିଛନ୍ତିଛନ୍ତି ମେୟର ସୁଲୋଚନା ଦାସ ।













Click it and Unblock the Notifications