Live

Bhubaneswar Central Assembly Election 2024 LIVE Updates: ପୁଣି ବିଜେଡ଼ି ନା ଏଥର ବିଜେପି ?

ଏଥର ବାଜି ମାରିବ କିଏ, ବିଜେଡିର ଅନନ୍ତ ନାରାୟଣ ଜେନା ନା ବିଜେପିର ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ମଧ୍ୟ ଆସନରୁ ପୁଣି ଥରେ ରିପିଟ ହୋଇଥିଲେ ଦୁଇ ଦଳର ପ୍ରାର୍ଥୀ ? କିଏ ଜିତିବ ମଧ୍ୟ ?

୨୦୦୯ ମସିହାରେ ଏହି ନିର୍ବଚନମଣ୍ଡଳୀ ନୂଆ କରି ଗଠନ ହୋଇଥିଲା । ଆରମ୍ଭରୁ ଏହି ଆସନଟି ଅଣସଂରକ୍ଷିତ ଅସାନ ରହିଥିଲା । ଭୁବନେଶ୍ବର ମହାନଗର ନିଗମ ଅଧିନସ୍ଥ ୧୭ଟି ୱାର୍ଡକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨ଲକ୍ଷ ୩୨ହଜାର ୨ଶହ ୭୬ ଜଣ। ସେମାନଙ୍କ ଭିତରୁ ୧ ଲକ୍ଷ ୩୧ହଜାର ୨ଶହ ୬୫ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧ ହଜାର ୧୧ଜଣ ମହିଳା ଭୋଟର । ମଧ୍ୟ ମଣ୍ଡଳୀର ଟ୍ରାକ ରେକର୍ଡ ଯଦି ଦେଖିବ, ତେବେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ନେଇ ଆସିଛନ୍ତି । ଏଥର ମଧ୍ୟ ମହିଳା ଭୋଟର ଟ୍ରମ୍ପ କାର୍ଡ ହେବେ।

Bhubaneswar Central Assembly Election

'ମଧ୍ୟ ଭୁବନେଶ୍ବର' ନିର୍ବାଚନମଣ୍ଡଳୀ ବିଜେଡିର ଗଡ଼ ରହିଆସିଛି । ଏଇଠି ରହିଛି ସଚିବାଳୟ ଏଇଠି ବିଧାନସଭା । ଏଇଠୁ ହିଁ ଚାଲେ ସରକାର । ତେଣୁ ଏ ନିର୍ବାଚନମଣ୍ଡଳୀ ସ୍ବତନ୍ନ । ଏଯାବତ୍ ହୋଇଥିବା ୩ଟି ନିର୍ବାଚନରେ ଏଠି ବିଜେଡି ବାଜିମାତ୍ କରିଛି । ୨୦୦୯ ଓ ୨୦୧୪ରେ ବିଜେଡି ଏକପାଖୁଆ ଜିତିଥିଲା । ୨୦୧୯ ନିର୍ବାଚନ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ । କମା ଦେଖାଇଥିଲା ବିଜେପି । ପୂର୍ବାପେକ୍ଷା ବିଜେପି ଭୋଟ ହାର ୧୨% ବଢ଼ିଥିଲା । ବିଜେଡି ଜିତିଲେ ବି ବ୍ୟବଧାନ ଢେର ଖସିଗଲା । ଯେଉଁ ଆସନକୁ ୨୦୦୯ରେ ୩୫
ହଜାର, ୨୦୧୪ରେ ୨୨ ହଜାର ଭୋଟ ବ୍ୟବଧାନରେ ବିଜେଡି ଜିତିଥିଲା, ୨୦୧୯ରେ ସେଠାରେ ବିଜୟ ବ୍ୟବଧାନ ୧୧ ହଜାରକୁ ଖସିଗଲା ।

ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ ତିନୋଟି ବିଧାନସଭା ନିର୍ବାଚନ ସାମ୍ନା କରି ସାରିଲେଣି ଭୁବନେଶ୍ୱର ମଧ୍ୟ ବାସିନ୍ଦା । ସବୁ ଥର ବିଜେଡି ହିଁ ବାଜି ମାରିଛି । ତେବେ ୨୦୧୯ ରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି ।

ନଜର ପକାନ୍ତୁ ପୂର୍ବ ରେକର୍ଡ ଉପରେ :
୨୦୧୯ରେ ପ୍ରଥମ ଥର ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ ପାଇଥିଲେ ଅନନ୍ତ
୨୦୧୯ରେ ମଧ୍ୟ ତାଙ୍କ ବିରୋଧରେ ପ୍ରାର୍ଥୀ ଥିଲେ ବିଜେପିର ଜଗନ୍ନାଥ ପ୍ରଧାନ
ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା
୧୧ହଜାର ୪୪୨ ଭୋଟରେ ଜିତିଥିଲେ ଅନନ୍ତ
ଅନନ୍ତଙ୍କୁ ୫୪ହଜାର ୨୨ଟି ଭୋଟ୍ ମିଳିଥିଲା
୪୨ହଜାର ୫୮୦ ଭୋଟ୍ ପାଇଥିଲେ ଜଗନ୍ନାଥ ପ୍ରଧାନ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+