ଭୁବନେଶ୍ୱର ପାଳୁଛି ପ୍ଲାଟିନମ୍ ଜୁବ୍ଲି: ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ
Bhubaneswar @75: ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ୧୫ ହଜାର ଜନସଂଖ୍ୟା ଏବେ ୧୫ ଲକ୍ଷରେ ପହଁଚିଛି ।
ଆଜି ଜୟଦେବ ଭବନ ବଦଳରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୁଇ ଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମ ତିନି ଦିନ ପାଳନ ହେବ । ମାରାଥନ ଓ ସାଇକଲଥନ୍, ପରେଡ୍, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆଜି ରାଜଧାନୀକୁ ପୂରିଛି ୭୫ ବର୍ଷ । ଆଜିର ଦିନରେ ଓଡିଶାର ରାଜଧାନୀ ମାନ୍ୟତା ପାଇଥିଲା ଆମ ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ବରକୁ ଉତ୍ସର୍ଗୀକୃତ ସେବା ଯୋଗାଇବା ପାଇଁ ବିଏମ୍ସି ଓ ବିଡିଏ ଗଠନ ହୋଇଥିଲା ।
ଏହାର ଇତିହାସ ୩ ହଜାର ବର୍ଷ ପୁରୁଣା । ୧୯୪୮ ମସିହା ପରକୁ ନୂଆ ଓ ତା ପୂର୍ବ ସମୟକୁ ପୁରୁଣା ଭୂବନେଶ୍ବର ଭାବେ ଗଣନା କରାଯାଇଥାଏ । ୧୯୪୮ ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି ।
ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।












Click it and Unblock the Notifications