ବିଏମସି ଅଳିଆ ଗାଡ଼ି ନେଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ଅଳିଆ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ । ବୁଧବାର ଅପରାହ୍ନରେ ଅଳିଆ ଗାଡ଼ି ଚକା ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ଅଳିଆ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ । ବୁଧବାର ଅପରାହ୍ନରେ ଅଳିଆ ଗାଡ଼ି ଚକା ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଭିଏସଏସ୍ ନଗର ଅଳିଆ ଗଦା ନିକଟରେ ଜଣେ ଲୋକ ମହିଳାଙ୍କୁ ବାଇକରେ ନେଇ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଅଳିଆ ଗାଡ଼ି ଚଢ଼ି ଯାଇଛି। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ବାଇକ୍ ଆରୋହୀଙ୍କୁ ଗୁରୁତ୍ୱର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

BMC

ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତଦେହକୁ ରଖି ଭିଏସ୍ଏସ୍ ନଗର ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଛି।

ଉତ୍ତେଜନା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଲୋକଙ୍କୁ ବୁଝାସୁଧା କରି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ହଟାଇବା ବେଳେ ବିରୋଧ ହୋଇଥିଲା। ଏଥିଯୋଗୁ ପୋଲିସ ମୃଦୁ ଲାଠି ଚାଳନା କରିଛି । ଉତ୍ତ୍ୟକ୍ତ ଲୋକେ ମଧ୍ୟ ପୋଲିସ ଉପରେ ଢେଲା, ପଥର ମାଡ଼ କରିଛନ୍ତି ।

ସୂଚନା ଥାଉକି, ଏହା ଆଗରୁ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଲୋକଙ୍କ ପ୍ରବଳ ବିରୋଧକୁ ଦେଖି ବିଏମସି ମୃତକଙ୍କ ପରିବାର ଲକ୍ଷାଧିକ ଟଙ୍କା କ୍ଷତିପୂରଣ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+