ଭରତପୁର ଥାନାରେ ଆର୍ମି ମେଜର ନିର୍ଯାତନା ମାମଲା: ସେ ଦିନ ରାତିର କାହାଣୀ ବଖାଣିଲେ ପୀଡ଼ିତା
Odisha News: ଭରତପୁର ଥାନାରେ ଆର୍ମି ମେଜର ନିର୍ଯାତନା ମାମଲା ବର୍ତ୍ତମାନ ପୁରା ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ଏପରି ଲଜ୍ୟାଜନକ ବ୍ୟବହାର ସମାଲୋଚନା ସବୁଠି । ସେ ଦିନ କାଳ ରାତିରେ ରାକ୍ଷସ ପାଲଟିଥିଲା ପୋଲିସ । ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ଉଲଗ୍ନ କରିବା ପାଇଁ ମଧ୍ୟ ପଛାଇ ନଥିଲା । ହାତ ଗୋଡ଼ ବାନ୍ଧିବା ସହ ପ୍ରାଇଭେଟ୍ ପାଟକୁ ଗୋଇଠା ମଧ୍ୟ ମାରିଥିଲେ ପୁରୁଷ ପୋଲିସ । ଏମସରେ ଚିକିତ୍ସିତ ହେଉଥିବା ବାନ୍ଧବୀ ଆଜି ଗଣମାଧ୍ୟମରେ ସେ ଦିନ ରାତିର ଘଟଣା ବିଷୟରେ ବଖାଣିଛନ୍ତି ।
ପୀଡ଼ିତା ତଥା ମେଜରଙ୍କ ବାନ୍ଧବୀଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ସେ ଘରକୁ ଫେରୁଥିବା ବେଳେ କିଛି ଲୋକ ତାଙ୍କୁ ରାସ୍ତାରେ ଅଟକାଇ ଝଗଡ଼ା କରିଥିଲେ। ଫଳରେ ଉକ୍ତ ରୋଡ ରୋମିଓଙ୍କ କବଳରୁ ବଞ୍ଚିବା ପାଇଁ ଉଭୟ ଭରତପୁର ଥାନାରେ ପହଞ୍ଚିଥିଲୁ । ସେତେବେଳେ ଥାନା ରେ ଜଣେ ମହିଳା ନାଇଟ ପିନ୍ଧି ବସିଥିଲେ । ତାଙ୍କ ଛଡ଼ା ଆଉ କୌଣସି ପୋଲିସ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ FIR ଲଜ୍ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ FIR ଲଜ୍ କରିବା ବଦଳରେ ଗାଳି ଦେଇଥିଲେ ।

କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଆସି ଥାନାରେ ପହଞ୍ଚିଥିଲା । ସେଥିରେ ଥିବା ମହିଳା ଓ ପୁରୁଷ ପୋଲିସ କର୍ମଚାରୀ ଏଫଆଇଏର୍ ଲେଖିବା ପାଇଁ କହିଥିଲେ । ଏହା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ କଷ୍ଟଡିରେ ରଖିଥିଲେ ଯାହାକୁ ପୀଡ଼ିତା ଅର୍ଥାତ ମେଜରଙ୍କ ବାନ୍ଧବୀ ପ୍ରତିବାଦ କରିଥିଲେ । ଯାହା ପରେ ଉକ୍ତ ସ୍ଥାନରେ ଥିବା ମହିଳା ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କ ହାତ ଗୋଡ଼ି ବାନ୍ଧି ପକାଇ ଦେଇଥିଲେ ।
ପୀଡ଼ିତା ଆହୁରି କହିଛନ୍ତି, ଲକ୍ଅପ୍ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ, ସେ ମୋ ଅନ୍ତବସ୍ତ୍ର ଖୋଲି ମୋତେ ଗୋଇଠା ମାରିବା ଆରମ୍ଭ କରିଥିଲେ । କିଛି ସମୟ ପରେ ଆଇଆଇସି ଆସି ମୋ' ପ୍ୟାଣ୍ଟ ଖସାଇ ଦେଇଥିଲେ। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications