ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ

ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ କଡ଼ା ନିର୍ଦ୍ଦେଶ । ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଗ୍ରୀନ୍ କାର୍କର ଫୁଟାଇବା ପାଇଁ ପୋଲିସର ଅନୁରୋଧ । ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ । ଗାଡ଼ିକୁ ଜବତ କରି ନେଇଯିବ PCR ଭ୍ୟାନ୍। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶ । ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ କଲେ DCP।

Banaphuta to remain closed

ପୁଲିସ - ପ୍ରଶାସନ ପ୍ରସ୍ତୁତ
ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତ ହୋଇଛନ୍ତି । କାଳୀ ପୂଜାରେ ଶାନ୍ତି ଶୃଙ୍ଖଳାର ରକ୍ଷା କରିବା ପାଇଁ ଭଦ୍ରକ ଏସ୍ ପି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ୫ ପ୍ଲାଟୁନ୍ ରୁ ଅଧିକ ‌ପୁଲିସ ଏଠାରେ ମୁତୟନ କରାଯିବ। ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସୁରକ୍ଷ‌ା ଦାୟୀତ୍ବ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଠାରୁ ବିଭିନ୍ନ ସ୍ଥାନରେ ରାତ୍ରୀ ପେଟ୍ରୋଲିଂକୁ କଡାକଡି କରାଯାଇଛି । ଭଦ୍ରକ ଟାଉନ ଥାନା, ଗ୍ରାମାଞ୍ଚଳ ଥାନା, ପୁରୁଣାବଜାର ଥାନାର ଥାନା ଅଧିକାରୀଙ୍କୁ ଅଧିକ ସଜାଗ ରହିବା ପାଇଁ ଏସପି ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାପାଳ ଦୀଲିପ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ବିଭିନ୍ନ ପୂଜା କମିଟି ସହ ଜିଲ୍ଲାପାଳ ବୈଠକ କରି ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ସବୁ କମିଟିକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭଦ୍ରକର କାଳୀପୂଜାକୁ ୭ ଦିନ ପରିବର୍ତ୍ତେ ୯ ଦିନ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମହୋତ୍ସବରେ ପରିଣତ କରିବା ପାଇଁ ଦାବି
ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାକୁ ଏକ ମହୋତ୍ସବରେ ପରିଣତ କରିବା ପାଇଁ ଭଦ୍ରକର ବୁଦ୍ଧିଜୀବୀ ଓ ବିଭିନ୍ନ ପୂଜା କମିଟିର ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାର ଏ ଦିଗରେ ଘୋଷଣା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଦାବି କରାଯାଇଛି । ଚଳିତ ବର୍ଷ ଠାରୁ ଭଦ୍ରକର କାଳୀ ପୂଜାକୁ ୭ ଦିନ ପରିବର୍ତ୍ତେ ୯ ଦିନ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ନତ୍ତି ଚୂଡାନ୍ତ କରନ୍ତୁ ବୋଲି ଦାବି କରାଯାଇଛି ।

ବିଭିନ୍ନ ପୂଜା ମଣ୍ଡପରେ ମା କାଳୀଙ୍କର ମୂର୍ତ୍ତୀ ଗଢା ଓ ତୋରଣ ସଜା କାମ ଚାଲିଥିବା ବେଳେ ଭଦ୍ରକର ରଚମ୍ପା ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ମା ଭଦ୍ରକାଳୀ, ଚରମ୍ପାର ଟ୍ରାଫିକ୍ କାଳୀ, ଓଏସଆରଟିସି କାଳୀ, ରାଜଘାଟ କାଳୀ, ପଥରକାଳୀ, ଦକ୍ଷିଣକାଳୀ, ପାଟଣାସାହି କାଳୀ, ବାସନ୍ତୀ ଦୁର୍ଗା କାଳୀ, ବାଙ୍କାବଜାର କାଳୀ, ଏରେଇ କାଳୀ, ଡଗରାସାହି କାଳୀ, ସ୍କୁଲ ରୋଡ କାଳୀ, ପିଡବ୍ଲୁଡି କାଳୀ, ସ୍କୁଲ ରୋଡ କାଳୀ ପୂଜା ପାଇଁ ସବୁ ପୂଜା କମିଟିର କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି। ଆଉ ମାତ୍ର ୩ ଦିନ ପରେ ମା କାଳୀଙ୍କର ପୂଜା ଅର୍ଚ୍ଚନା ଆରମ୍ଭ ହେବ। କାଳୀ ପୂଜା ପାଇଁ ଚରମ୍ପାରେ ୯ ଟି ଯାତ୍ରା ପାର୍ଟି ସେମାନଙ୍କର ଅପେରା ପରିବେଷଣ କରିବେ ବୋଲି ବିଭିନ୍ନ ସ୍ଥାନରେ ଟେଣ୍ଡ ମାରିଲେଣି। ସେହିପରି ମୀନା ବଜାର, ରାମ ଦୋଳି, ସର୍କସ ଓ ଅନ୍ୟାନ୍ୟ ଯାନି ଯାତ୍ରା ପାଇଁ ଏଠାରେ ଏବେ ଠାରୁ ବିଭିନ୍ନ ସ୍ଥାନରୁ ଦୋକାନୀମାନେ ସେମାନଙ୍କର ଦୋକାନ ବଜାର ବସାଇବା ପାଇଁ ଜାଗା ଚିହ୍ନଟ କରି ନେଷଳଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+