ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି, ଭୁବନେଶ୍ୱର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର:ଆଜି ମଧ୍ୟ ତାତିରୁ ନାହିଁ ତ୍ରାହି । ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଉଭୟ ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ରହିଛି ।

ସେହିପରି ଆଜି ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁରରେ ୪୦.୬ ଡିଗ୍ରୀ, ଚାନ୍ଦବାଲିରେ ୪୦.୦ ଡିଗ୍ରୀ, ହୀରାକୁଦରେ ୩୪.୪ ଡିଗ୍ରୀ, କେନ୍ଦୁଝରରେ ୩୭.୨ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ଗୋପଳପୁରରେ ୩୮ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୨.୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

heat wave

ସୂଚନାଥାଉ ଯେ, ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୬ ଜିଲ୍ଲାକୁ ହିଟୱେଭ୍ ଆଲର୍ଟ ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ଯାହା ମଧ୍ୟରେ ସାମିଲଥିଲା ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ଏବଂ ଦେବଗଡ଼ । ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଗଞ୍ଜାମ , ଗଜପତି, ରାୟଗଡା, ମାଲକାନଗିରି, ତା ଛଡା ନବରଙ୍ଗପୁର ଓ ନୂଆପଡା ଏସବୁ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଯେଉଁ ତାପମାତ୍ରା ରହୁଥିଲା ତାହା ଆସନ୍ତା କଲିଠାରୁ ବର୍ଷା ପ୍ରଭାବରେ ତାପମାତ୍ରା କମିବ । ଏହା ପରେ ୧୭ ତାରିଖରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସହିତ ୧୮ ତାରିଖରେ ସମସ୍ତ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ୧୬,୧୭,୧୮ରେ ବିଜୁଳି ଘଡ ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+