ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ; ଜୁନ୍ ୩୦ରେ ରିହାର୍ସଲ
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ଭୁବନେଶ୍ୱର ବିମାନବନ୍ଦରରେ ହେବ ରିହର୍ସାଲ । ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି DGCA । ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ ।
ଏହି ରିହାର୍ସଲ ଜୁନ୍ ୩୦ରେ ହେବ । ଏଥିରେ ପୋଲିସ, ମେଡିକାଲ ଓ ଅଗ୍ନିଶମ ଉପସ୍ଥିତ ରହିବେ । ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ । ବିମାନ ବନ୍ଦର ଆଖପାଖରେ ସର୍ଭେ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ।

ଆଉ ଏକ ବ୍ଲାକବକ୍ସ ଉଦ୍ଧାର । ଅହମ୍ମଦାବାଦର ବିମାନ ଦୁର୍ଘଟଣାର ୨୮ ଘଣ୍ଟା ମଧ୍ୟରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ଉଦ୍ଧାର କରିଛି କରିଛି ବ୍ଲାକବକ୍ସ । ବି.ଜେ ମେଡିକାଲ କଲେଜ ହଷ୍ଟେଲର ଛାତ ଉପରୁ ମିଳିଛି । ଏବେ ଦ୍ୱିତୀୟ ବ୍ଲାକବକ୍ସ ମଧ୍ୟ ଉଦ୍ଧାର ହୋଇଥିବାରୁ ତଦନ୍ତରେ ଅଧିକ ସହାୟତ ହେବ । ଉଦ୍ଧାର ବ୍ଲାକବକ୍ସର ଡାଟା ଗୁଡ଼ିକୁ ଏନାଲିସିସ କରାଯାବି ଏବଂ ଦୁର୍ଘଟଣାର କାରଣ ଖୋଜାଯିବ ।
ବିମାନର ବେଗ, ଉଡ଼ୁଥିବା ଉଚ୍ଚତା, ଇଞ୍ଜିନର କାର୍ଯ୍ୟ, ପାଇଲଟ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ମଧ୍ୟରେ କଥାବାର୍ତ୍ତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ । ଅନ୍ୟପଟେ ବୋଇଂ 787-8/9 ଫ୍ଲିଟରେ ଇଞ୍ଜିନ ପାଇଁ ଅତିରିକ୍ତ ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି DGCA..ବୋଇଂ 787 ଫ୍ଲିଟ ଇଞ୍ଜନ ଯାଞ୍ଚ ପାଇଁ ନିର୍ଦ୍ଦେଶ ।
ପ୍ରାଥମିକ ତଦନ୍ତରେ ଇଞ୍ଜିନ, ଫ୍ଲାପ୍ସ ଏବଂ ଲ୍ୟାଣ୍ଡିଂ ଗିଅର ଉପରେ ଧ୍ୟାନ ଦିଆଯାଉଛି । ଇଞ୍ଜିନରେ ଶକ୍ତି ହ୍ରାସ କିମ୍ବା ସଫ୍ଟୱେର ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳ ବୁଲି ଦେଖିିଛନ୍ତି NIA ଏବଂ ଅନ୍ୟ କେନ୍ଦ୍ରୀୟ ସଂସ୍ଥା । ସୁରକ୍ଷା ଏବଂ ସମ୍ଭାବ୍ୟ ଅନ୍ୟ ଦିଗକୁ ଅନୁସନ୍ଧାନ କରୁଛି ଟିମ୍ ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପୂର୍ଣ୍ଣ ତଦନ୍ତ ଆରମ୍ଭ କଲା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ । କାହିଁକି ହେଲା ଦୁର୍ଘଟଣା ତାର କାରଣ ଖୋଜା ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ତଦନ୍ତକାରୀ ଟିମକୁ ସହଯୋଗ କରିବେ ଗୁଜରାଟ ରାଜ୍ୟ ସରକାରଙ୍କ ୪୦ ଜଣ ଅଧିକାରୀ ।
ଜାତୀୟ ତଦନ୍ତକାରୀ ସଂସ୍ଥ NIA ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆମେରିକା ଓ ବ୍ରିଟେନରୁ ଆସିଛନ୍ତି ତଦନ୍ତକାରୀ ବିଶେଷଜ୍ଞ ଟିମ୍ । ଏମାନେ ତଦନ୍ତ ପ୍ରକ୍ରିୟାରେ ଭାରତୀୟ ଏଜେନ୍ସୀ ଗୁଡ଼ିକୁ ସହାୟତା କରିବେ । ଅନ୍ୟପଟେ ୧୦୦ ଜଣ କେୟାରଗିଭର ଓ ୪୦ ଜଣ ଇଞ୍ଜିନିୟର ଆସି ଅହମ୍ମଦାବାଦରେ ପହଞ୍ଚିଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଫ୍ଲାଇଟ୍ ପାଇଁ ବିଳମ୍ବରେ ପହଁଚିବାରୁ ଦୁର୍ଘଟଣାରୁ ବର୍ତ୍ତିଗଲେ ଜଣେ ଯାତ୍ରୀ । ଗୁୁଜରାଟ ଭରୁଚ ଅଞ୍ଚଳର ଭୂମି ଚୌହାନ ନାମକ ମହିଳା ଗତକାଲି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭୂମି କହିଛନ୍ତି, ଚେକ୍ ଇନ୍ ଗେଟ୍ ରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ, କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଯିବାର ଅନୁମତି ଦେଇନଥିଲେ । ଯାହାଦ୍ୱାରା ତାଙ୍କର ଫ୍ଲାଇଟ୍ ମିସ୍ ହୋଇଯାଇଥିଲା । ବିମାନ ହରାଇବା ପରେ, ସେ ଅପରାହ୍ନ ସାଢେ ଗୋଟେରେ ବିମାନବନ୍ଦରରୁ ଘରକୁ ଫେରିଆସିଥିଲେ ।












Click it and Unblock the Notifications