ଭୁବନେଶ୍ୱର ବିମାନବନ୍ଦରରେ ପାଇବେ ହସ୍ତଶିଳ୍ପ ସାମଗ୍ରୀ
Bhubaneswar Airport Attracts Tourists For Te Stalls Of Handicraft Made By Women Marketed By ORMSଭୁବନେଶ୍ୱର ବିମାନବନ୍ଦରରେ ପାଇବେ ହସ୍ତଶିଳ୍ପ ସାମଗ୍ରୀ
ଭୁବନେଶ୍ୱର: ଏଥର ଆପଣ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ପାଇପାରିବେ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ । ଯାହା ଏବେ ଯାତ୍ରୀଙ୍କୁ ଆକୃଷ୍ଟ କରୁଛି । ଦିନକୁ ଦିନ ଚାହିଦା ମଧ୍ୟ ବଢିବାରେ ଲାଗିଛି । ୨ମାସ ଭିତରେ ମୋଟ ଅଢେଇ ଲକ୍ଷ ଟଙ୍କାର ବିକ୍ରି ବଟା ହୋଇସାରିଛି । ମାସକୁ ପ୍ରାୟ ୮୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟ ହେଉଛି । ସେହିପରି ଦିନକୁ ପ୍ରାୟ ୩-୪ହଜାର ଟଙ୍କାର ବ୍ୟବସାୟ ମଧ୍ୟ ହେଉଛି । ଯାହା ସୂଚାଉଛି ଯେ ଓଡ଼ିଶାର ଖାଦ୍ୟ , ଘର ସାଜସଜ୍ଜା ସାମଗ୍ରୀରେ ଲୋକଙ୍କର କେତେ ଅଧିକ ରୁଚି ରହୁଛି ।


ମୟୂରଭଞ୍ଜ ସବାଇ ଘାସରୁ ତିଆରି ଘର ସାଜସଜ୍ଜା ସାମଗ୍ରୀଠୁ ଆରମ୍ଭ କରି ଅନୁଗୋଳ ଜିଲ୍ଲାର ହସ୍ତତନ୍ତ ଓ ବାଉଁଶରୁ ପ୍ରସ୍ତୁତ ଜିନିଷ , ଯାଜପୁର ଟସର ସାମଗ୍ରୀ ଆଦି ଆପଣ ଏହି ଷ୍ଟଲରେ ପାଇ ପାରିବେ । ଏହି କେନ୍ଦ୍ରକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳନା କରୁଛନ୍ତି। ପ୍ରତି ୧୫ଦିନରେ ଥରେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯାଉଛି । ଷ୍ଟଲରେ ପ୍ରାୟ ୩୦-୪୦ଟି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଖାଦ୍ୟ ସାମଗ୍ରୀ ରହିଛି।













Click it and Unblock the Notifications