ଏମ୍ସରେ ପ୍ରଥମ, ଯୋଡ଼ା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ଆଙ୍ଗୁଳି

ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ଡାକ୍ତରୀ ଟିମଙ୍କ ୧୦ ଘଣ୍ଟାର ପରିଶ୍ରମ ପରେ ଯୋଡା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ବାମ ହାତର ଆଙ୍ଗୁଳି । ଅସ୍ତ୍ରୋପଚାର ପରିଚାଳନା କରିଥିଲେ ପୋଡାଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର । ଡାକ୍ତରୀ ଟିମଙ୍କ ୧୦ ଘଣ୍ଟାର ପରିଶ୍ରମ ପରେ ଯୋଡା ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ବାମ ହାତର ଆଙ୍ଗୁଳି । ଅସ୍ତ୍ରୋପଚାର ପରିଚାଳନା କରିଥିଲେ ପୋଡାଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡକ୍ତର ସଞ୍ଜୟ ଗିରି । ବ୍ୟକ୍ତି ଜଣଙ୍କ ସୁସ୍ଥ ଅଛନ୍ତି ଓ ଅସ୍ତ୍ରୋପଚାରର ୧୦ ଦିନ ପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିବା ଡାକ୍ତର ଗିରି କହିଛନ୍ତି । ଏମ୍ସରେ ଏମିତି ଅସ୍ତ୍ରୋପଚାର ସଫଳତାର ସହ ପ୍ରଥମ ଥର ହୋଇଥିବା ସେ ପ୍ରକାଶ କରିଛନ୍ତି ।

Bhubaneswar AIIMS

ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମୁଦୁଲି (୫୪) ନାମକ ଜଣେ ବ୍ୟକ୍ତି ଗତ ମାସ ୨୦ ତାରିଖରେ ରାତି ପ୍ରାୟ ୨ ଟା ସମୟରେ ଏମ୍‌ସ ଭୁବନେଶ୍ୱର ଜରୁରୀ ବିଭାଗକୁ ଆସିଥିଲେ। ଉକ୍ତ ବ୍ୟକ୍ତିଙ୍କ ବାମ ହାତର ବୁଢ଼ା ଆଙ୍ଗୁଠି ଉକ୍ତ ରାତି ପ୍ରାୟ ୯ଟା ସମୟରେ କଟର ମେସିନ୍‌ରେ ପଶି ସମ୍ପୂର୍ଣ୍ଣ ଛିଡ଼ି ଯାଇଥିଲା। ସେ ୫ ଘଣ୍ଟା ବିଳମ୍ବରେ ଆସିଥିଲେ ହେଁ ଛିଡ଼ି ଅଲଗା ହୋଇଯାଇଥିବା ଆଙ୍ଗୁଠିକୁ ବରଫ ଦ୍ୱାରା ସଂରକ୍ଷିତ କରି ନିଜ ସହ ଆଣିଥିଲେ।

ଏମସରେ ତୁରନ୍ତ ଆହତଙ୍କ ଚିକିତ୍ସା ଆରମ୍ଭ ହେବା ସହିତ ପରଦିନ ସକାଳ ୯ଟାରେ ଅସ୍ତ୍ରୋପଚାର ନିମନ୍ତେ ସ୍ଥିର ହୋଇଥିଲା। ଛିଡ଼ି ଯାଇଥିବା ଉକ୍ତ ବାମ ବୁଢ଼ା ଆଙ୍ଗୁଠିକୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ବି ରଖାଯାଇଥିଲା। ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡା ସଞ୍ଜୟ ଗିରି, ଡା. ଶାନ୍ତନୁ ସୁବାଙ୍କ ନେତୃତ୍ୱରେ ହୋଇଥିବା ଏହି ଅପରେସନ୍‌ରେ ଡା କୌଶିକ, ଡା ଆହାନା ଓ ଡା ଗୋପିକା ସହଯୋଗ କରିଥିଲେ। ଡା ନୀତାଶା ଓ ଡା ପ୍ରେଗମାଂସୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ମଧ୍ୟ ଏଥିରେ ସାମିଲ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+